ଅଜଣା ରୋଗରେ ତରୁଣୀ,ଚିକିତ୍ସା ରେ ଅର୍ଥ ସାଜିଛି ବାଧକ
କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):ଜନ୍ମ ହେବାର ମାତ୍ର ୨ମାସ ପରେ ଅଜଣା ରୋଗ ଆକ୍ରାନ୍ତରେ ତରୁଣୀ।ଚିକିତ୍ସା ରେ ଅର୍ଥ ସାଜିଛି ବାଧକ। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ କଦଲିମୁଣ୍ଡା ଗ୍ରାମର ଠାକୁର ବିଶି ଙ୍କ ଝିଅ ତରୁଣୀ।ଜନ୍ମ ର ୨ମାସ ପରେ ମୁଣ୍ଡ ବଢ଼ିବାରେ ଲାଗିଲା। ଆଖପାଖର ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ହିଁ କୌଣସି ସୁଫଳ ମିଳିଲାନାହିଁ। ଗରିବ ଲୋକ ।ୟାକୁ ତାକୁ ଧାର କରଜ ସହ ନିଜ ଘରର ବାସନ କୁସନ ବନ୍ଧା ପକେଇ କଟକ ବଡ ଡାକ୍ତରଖାନା କୁ ନେଇ ଚିକିତ୍ସା କରାଇ ଥିଲେ। ସେଠାରେ ଅପରେସନ ମଧ୍ୟ ହୋଇଥିଲା ସତ ହେଲେ ଅଧା ଚିକିତ୍ସା ଅବସ୍ଥାରୁ ଅର୍ଥ ଅଭାବରୁ ଫେରି ଆସିଲେ ଏବେ ଡାକ୍ତର ଙ୍କ କହିବା କଥା ତରୁଣୀ କୁ ଉନ୍ନତମାନର ଚିକିତ୍ସା ଆବଶ୍ୟକ ରହିଅଛି।ଏଥିପାଇଁ ଲକ୍ଷାଧିକ ଟଙ୍କା ଦରକାର ପଡିପାରେ।ଯାହା ପରିବାର ପକ୍ଷେ ଏତେ ଟଙ୍କା ଯୁଗାଡ଼ କରିବା ଅସମ୍ଭବ ହୋଇ ପଡିଛି।ସ୍ୱାମୀ ସ୍ତ୍ରୀ ଦୁହେଁ ଲୋକ ଙ୍କ ଘରେ ମୂଳ ଲାଗିଲେ ଚୁଲିରେ ନିଆ ଜ୍ବଳେ।ନିଜଘର ଖଣ୍ଡକ ନାହିଁ ବୋଲି ଠାକୁର ପରିବାର ନେଇ ନିଜ ଶ୍ୱଶୁର କଦଳୀ ମୁଣ୍ଡା ଘରେ ଆଶ୍ରୟ ନେଇଛି। ଏବେ ପରିବାର ପ୍ରତିପୋଷଣ ଓ ଝିଅ ର ଚିକିତ୍ସା ଲାଗି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛି ଠାକୁର।ଏପଟେ ନିଜ ରୋଗୀଣା ଝିଅ କୁ ଧରି ଅନାଇ ବସିଛି ସ୍ତ୍ରୀ ଶକୁନ୍ତଳା। ତେବେ ପ୍ରଶ୍ନ ଉଠେ ସତେ କଣ ଏତେ ଟଙ୍କା ଯୋଗାଡ କରିବାରେ ସକ୍ଷମ ହୋଇପାରିବ ଠାକୁର।ଗୋଟାଏ ପଟେ ସରକାର ଗରିବ ନିରୀହ ଲୋକ ଙ୍କ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ଯୋଜନା କରିଛନ୍ତି।ହେଲେ ତରୁଣୀ କ୍ଷେତ୍ରରେ ଯୋଜନା ଅଧା ରାସ୍ତା ରେ ଅଟକି ରହିଯାଇଛି। କେଦାର ବୋଡିକିଆ ତରୁଣୀର ଚିକିତ୍ସା ସହ ଠାକୁର କୁ ଖଣ୍ଡିଏ ଆବାସ ଯୋଗାଇ ଦେବାକୁ ଗ୍ରାମ ବାସୀ ଙ୍କ ଦାବି ହେଉଥିବା ବେଳେ ପ୍ରଶାସନ ର ନଜର ଏହି ଗରିବ ପ୍ରତି କେବେ ପଡିବ ଦେଖିବାକୁ ବାକି ରହିଲା।


