ଅଜବ ଢଙ୍ଗରେ ଗର୍ଲଫ୍ରେଣ୍ଡ୍କୁ ପ୍ରପୋଜ କଲେ ଯୁବକ
ନିଆରା ଢଙ୍ଗରେ ପ୍ରେମିକମାନେ ନିଜ ପ୍ରେମିକାଙ୍କୁ ପ୍ରପୋଜ୍ କରିଥିବାର ଦେଖିଥିବେ, କିନ୍ତୁ ଇଂଲଣ୍ଡର ଜଣେ ଯୁବକ ଛାତିରେ ଟାଟୁ କରି ନିଜ ଗର୍ଲଫ୍ରେଣ୍ଡକୁ ପ୍ରମୋଜ୍ କରିଛନ୍ତି । ଯୁବକ ଜଣଙ୍କ ଛାତିରେ ତୁମେ ମୋତେ ବିବାହ କରିବ କି? ହଁ କି ନାଁ ବୋଲି ଲେଖି ଛାଡ଼ିଦେଇଥିଲେ । ତାଙ୍କ ପ୍ରେମିକା ପ୍ରଥମେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ସେ ବିବାହ ପାଇଁ ହଁ ମାରିବା ପରେ ଉକ୍ତ ଯୁବକ ଜଣଙ୍କ ଶେଷରେ ନିଜ ଟାଟୁ ପୂରା କରିଥିଲେ । ଗଡ୍ସ ଅଫ୍ ଇଙ୍କ୍ ଟାଟୁ ଷ୍ଟୁଡିଓର କର୍ମଚାରୀମାନେ ଯୁବକଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଏଭଳି ପ୍ରପୋଜ ଆଗରୁ ଦେଖି ନ ଥିବା ସେମାନେ ମତ ଦେଇଛନ୍ତି । ନିଜ ପ୍ରେମିକାଙ୍କୁ ଖୁସି କରିବା ପାଇଁ ଏଭଳି ଟାଟୁ କରିଥିବା ଯୁବକ ଜଣଙ୍କ କହିଛନ୍ତି ।


