ସପ୍ତ ଦିବସ ବ୍ୟାପୀ ଭାଗବତ କଥାମୃତ ଆଲୋଚନାର ଶେଷ ସନ୍ଧ୍ୟା
ଯାଜପୁର,(ଯୁଗାବ୍ଦ ନ୍ୟୁଜ୍): ଯାଜପୁର ଦଶାଶ୍ୱମେଧଘାଟ ନିକଟସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଗୀତାଜାଗରଣ ପରିଷଦ ଆନୁକୂଲ୍ୟରେ ଭାଗବତ କଥାମୃତ ଆଲୋଚନାର ଶେଷ ସନ୍ଧ୍ୟାକୁ ଅନୁଷ୍ଠାନର ସଭାପତି ଆଇନିଜୀବୀ ପ୍ରତିମା କର ପ୍ରଦୀପ ପ୍ରଜ୍ୱଳନ କରିବା ପୁର୍ବକ ରାଧାକୃଷ୍ଣଙ୍କ ଫଟୋଚିତ୍ରରେ ମାଲ୍ଲ୍ୟାର୍ପଣ କରିଥିଲେ । ଉପସଭାପତି କ୍ଷୀରୋଦ ଚନ୍ଦ୍ର ପାଠୀ ସ୍ତୋତ୍ର ପାଠ କରିଥିଲେ । ସମ୍ପାଦକ ଭାସ୍କର ଚନ୍ଦ୍ର ମହାନ୍ତି ଅତିଥି ମାନଙ୍କୁ ସ୍ୱାଗତ କରିବା ସହିତ ଶେଷ ସନ୍ଧ୍ୟାରେ ସପ୍ତଦିବସ ବ୍ୟାପୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ପ୍ରବଚକ ପଣ୍ଡିତ କୃଷ୍ଣ ଚନ୍ଦ୍ର ମିଶ୍ର ନବଦା ଭକ୍ତିର ବିଷୟ ବସ୍ତୁ ସମ୍ବନ୍ଧରେ ଆଲୋଚନା କରି କହିଥିଲେ ଆଶାକୁ ତ୍ୟାଗ କଲେ ଗୋବିନ୍ଦଙ୍କ ଶରଣ ମିଳିଥାଏ । ମୃତ୍ୟୁ ସମୟରେ ଗୋବିନ୍ଦ ହିଁ ସହାୟ ହୁଅନ୍ତି । ସଭାପତି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ଅନୁଷ୍ଠାନର କାର୍ଯ୍ୟ କାରିଣୀ କମିଟି, ଉପଦେଷ୍ଠା ମଣ୍ଡଳୀ, ଜିଲ୍ଲାପ୍ରଶାସନ ଓ ସହଯୋଗ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଉପଦେଷ୍ଠା ବନବିହାରୀ ମହାପାତ୍ର, ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ, ନୃସିଂହ ଚରଣ ମହାପାତ୍ର, ବାସୁଦେବ ପାଣି, ରବିନାରାୟଣ ନାୟକ, ଡ଼. କାହ୍ନୁ ଚରଣ ମିଶ୍ର, ସନ୍ତୋଷ ସ୍ୱର୍ଣ୍ଣାକାର, ଧୃବଚରଣ ଦାଶ, ଅଖିଳ ମୋହନ ଦାଶ, ବାସୁଦେବ ଦାଶ, ମଧୁସୂଦନ ମହାନ୍ତି, ଦିଲ୍ଲିପ କୁମାର ପଣ୍ଡା, ଶଙ୍କର ସାହୁ, ଅନସୂୟା ମିଶ୍ର, ଆଶାଲତା ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ଆକାଶ ଦୀପ ଅବତରଣ କରାଯାଇଥିଲା । ଶେଷରେ ସହସମ୍ପାଦକ ବୃନ୍ଦାବନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।


