ଅଜୟ ଦିକ୍ଷିତଙ୍କୁ ଲିଡରସିପ ଏକ୍ସଲେନ୍ସ ଆୱାର୍ଡ
ମୁମ୍ବାଇ ଠାରେ ଏବିପି ନ୍ୟୁଜ ବ୍ରାଣ୍ଡ ଏକ୍ସଲେନ୍ସ ପୁରସ୍କାର ସମାରୋହରେ କେର୍ଣ୍ଣ ଅଏଲ ଏଣ୍ଡ ଗ୍ୟାସ, ବେଦାନ୍ତ ଲିଃ ର ମୁଖ୍ୟ ପରିଚାଳନା ଅଧିକାରୀ ଅଜୟ କୁମାର ଦିକ୍ଷିତ ଙ୍କୁ ଲିଡରସିପ ଏକ୍ସଲେନ୍ସ ଆୱାର୍ଡ ୨୦୧୯ ରେ ସମ୍ମାନିତ କରାଯାଇଛି । କେର୍ଣ୍ଣ ଏକ ପରିବର୍ତନର କେନ୍ଦ୍ରରେ ଅବସ୍ଥିତ । ଏହା ବିଗତ ୫ ବର୍ଷ ମଧ୍ୟରେ ୫ ରୁ ୫୮ ବ୍ଲକ କୁ ବୃଦ୍ଧି ପାଇଛି । ଏହାର କାୟ ୬୦୦୦ ବର୍ଗ କି.ମି ରୁ ବୃଦ୍ଧି ପାଇଁ ୬୫,୦୦୦ ବର୍ଗ କି.ମି ରେ ପହଂଚି ଏହା ପୃଥିବୀର ସର୍ବବୃହତ ଅନ୍ୱେଷଣ କମ୍ପାନୀ ମାନଙ୍କ ମଧ୍ୟରେ ଅନ୍ୟତମ ହେବାକୁ ପ୍ରେରଣା ଯୋଗାଇଛି । ଏହି ବିକାଶ ଦିକ୍ଷିତଙ୍କ ଶକ୍ତିଶାଳୀ ନେତୃତ୍ୱ ପାଇଁ ସମ୍ଭବ ହୋଇଥିବାରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ପ୍ରତ୍ୟେକ ବେଦାନ୍ତ କର୍ମଚାରୀ ଙ୍କୁ କମ୍ପାନୀ ଦୃଷ୍ଟିକୋଣ ଅବଗତ କରାଇବା ପାଇଁ ଅଜୟ ବଳିଷ୍ଠ ନେତୃତ୍ୱ ପ୍ରଦାନ କରିପାରିଛନ୍ତି । ସେ ଭାରତର ଘରୋଇ ତୈଳ ଉତ୍ପାଦନରେ ୫୦ ପ୍ରତିଶତ ଯୋଗଦାନ ପାଇଁ ପ୍ରତ୍ୟେକ କର୍ମଚାରୀ ଙ୍କୁ ପ୍ରେରଣା ଯୋଗାଇ ଦେଇଛନ୍ତି । ଅଜୟ ଏହି ଲକ୍ଷ ପୁରଣ ପାଇଁ ଜନ ଶସକ୍ତିକରଣ ଉପରେ ଆସ୍ଥା, ନିରନ୍ତର ପ୍ରଯୁକ୍ତି ବ୍ୟବହାର ଦ୍ୱାରା ଉତ୍ପାଦନ ବୃଦ୍ଧି, ଡିଜିଟାଲାଇଜେସନ ଇତ୍ୟାଦି ମଧ୍ୟମରେ ଅନ୍ୱେଷଣରେ ଗତିଶୀଳ ଆଣିପାରିଛନ୍ତି । ଏହି ପୁରସ୍କାର ଗ୍ରହଣ କରିବା ଅବସରରେ ଅଜୟ କହିଛନ୍ତି, “ତୈଳ ଓ ଗ୍ୟାସ କ୍ଷେତ୍ରରେ ଏହି ମାନ୍ୟତା ପାଇବା ଏକ ସମ୍ମାନର ବିଷୟ । ଏକ ଯୁବ ଉତ୍ସାହିତ ଏବଂ ଧ୍ୟାନ କେନ୍ଦ୍ରିତ ଟିମ ପାଇଥିବାରୁ ମୁଁ ଆନନ୍ଦିତ । ଏହି ପୁରସ୍କାରକୁ ମୁଁ କେର୍ଣ୍ଣର ସମସ୍ତ କର୍ମଚାରୀ ଙ୍କୁ ଉତ୍ସର୍ଗ କରୁଅଛି । ଶକ୍ତି କ୍ଷେତ୍ରରେ ଅଜୟଙ୍କ ୩୯ ବର୍ଷର ଅଭିଜ୍ଞତା ଅଛି । ସେ ବେଦାନ୍ତରେ ୨୦୧୫ ମସିହାରେ ଯୋଗ ଦେଇଥିଲେ । କେର୍ଣ୍ଣ ମୁଖ୍ୟ ପରିଚାଳନା ଅଧିକାରୀ ଭାବେ ଯୋଗ ଦେବା ପୂର୍ବରୁ ବେଦାନ୍ତ ଆଲୁମିନିୟମ ଓ ପାୱାର ର କାର୍ଯ୍ୟକାରୀ ସିଇଓ ଭାବରେ କାର୍ଯ୍ୟ କରିଥିଲେ । କେର୍ଣ୍ଣର ରାଜସ୍ଥ ତୈଳ କ୍ଷେତ୍ର, ବହିଃ ବ୍ୟାପାର କୁ ବଢାଇ ଏକ ମଜବୁତ ଏବଂ ଉଚ୍ଚ ବିକାଶ ସଙ୍ଗଠନ ଗଢିବାରେ ଅଜୟ ନେତୃତ୍ୱ ଦେଇଛନ୍ତି । ଏହି ଅବସରରେ ବେଦାନ୍ତର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀନିବାସ ଭେଙ୍କଟ୍ଟକୃଷ୍ଣନ କହିଛନ୍ତି, “ଏହି ମାନ୍ୟତା ପାଇଁ ଅଜୟଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଉଛୁ । ଏହି ପୁରସ୍କାର ଅଜୟଙ୍କ ସୃଷ୍ଟ ବ୍ୟବସାୟୀକ ଦୃଷ୍ଟି ଏବଂ ରଣନିତୀ ଦର୍ଶାଉଛି । ଅଜୟ ଜାଣନ୍ତି ଯେ କିପରି ଏକ ଟିମ ପାଇଁ ଉତ୍ସାହ ପୂର୍ଣ୍ଣ ବାତାବରଣ ଗଢା ଯାଇପାରିବ । ଏବିପି ନ୍ୟୁଜ ବ୍ରାଣ୍ଡ ଏକ୍ସଲେନ୍ସ ପୁରସ୍କାର ଏକ ସ୍ୱତନ୍ତ୍ର ବ୍ରାଣ୍ଡ ଚିହ୍ନଟ ପ୍ରୟାସ ଯାହା ଅସାଧାରଣ ସଫଳତା ପାଇଥିବା ବ୍ରାଣ୍ଡ ଚିହ୍ନଟ କରିଥାଏ । ଏହି ପୁରସ୍କାର ଆର୍ôଥକ ମୁଲ୍ୟାଙ୍କନ ନୁହେଁ ବରଂ ଉପଭୋକ୍ତା ମାନଙ୍କର ଚୟନରୁ ସ୍ଥିର କରାଯାଇଥାଏ । ଏହି କାର୍ଯ୍ୟକ୍ରମ ୱାର୍ଲ୍ଡ ମାର୍କେଟିଂ କଂଗ୍ରେସ ଦ୍ୱାରା ଆୟୋଜନ କାରାଯାଇଥିଲା । ଏଥିରେ ସିଏମଓ ଏସିଆ, ଏସିଆନ କନ୍ଫେଡେରେସନ ଅଫ ବିଜ୍ନେସ ଏବଂ ୱାର୍ଲ୍ଡ ସଷ୍ଟେନିବିଲିଟି ସହାୟତା କରିଥିଲେ । ଏବିପି ନ୍ୟୁଜ ବ୍ରାଣ୍ଡ ଏକ୍ସଲେନ୍ସ ର ଅନ୍ୟ ବିଜେତା ମାନଙ୍କ ମଧ୍ୟରେ ଆମାଜନ, ଡେଲ, ପିଡଲାଇଟ, ଭାଇକମ ୧୮, ଏସଏପି ଇଣ୍ଡିଆ ଅନ୍ୟତମ । କେର୍ଣ୍ଣ ଅଏଲ ଏବଂ ଗ୍ୟାସ ବେଦାନ୍ତ ଲିମିଟେଡର ଏକ ଭର୍ଟିକଲ, ଭାରତର ବୃହତମ ବେସରକାରୀ ଅଏଲ ଖୋଜ ଏବଂ ଉତ୍ପାଦନ କମ୍ପାନୀ ଅଟେ, ଯାହା ଭାରତର ଘରୋଇ ଅଶୋଦ୍ଧିତ ତୈଳ ଉତ୍ପାଦନର ଏକ ଚତୁର୍ଥାଂଶରୁ ଅଧିକ ପାଇଁ ଦାୟୀ ହୋଇଥାଏ । ଓପନ ଏକରିଜ ଲାଇସେନ୍ସିଂ ପଲିସି (ଓଏଏଲପି) ରାଉଣ୍ଡ । ନିଲାମିରେ ମଂଜୁର ହୋଇଥିବା ୪୧ବ୍ଲକ, ପ୍ରତ୍ୟେକ ରାଉଣ୍ଡ ଏବଂ ରାଉଣ୍ଡ ଅଧୀନରେ ୫ଟି ବ୍ଲକ ଏବଂ ଡିସ୍କଭର୍ଡ ସ୍ମଲ ଫିଲ୍ଡସ( ଡିଏସଏଫ) ରାଉଣ୍ଡ ଅଧୀନରେ ମଞ୍ଜୁର ହୋଇଥିବା ଦୁଇଟି ସହିତ ଏବେ ଭାରତର ୫୮ବ୍ଲକରେ ଆଗ୍ରହ ସହିତ ଏହାର ଏକ ବିଶ୍ୱ-ସ୍ତରୀୟ ସଂସାଧନ ଆଧାର ରହିଛି । ୨୦୦୪ରେ ମଙ୍ଗଳ, ରାଜସ୍ଥାନରେ ଦୁଇ ଦଶକ ହେଲା କର୍ଣ୍ଣ ଅପତଟରେ ବୃହତମ ଅଏଲ ଠାବ କରିଥିଲା । ୨୦ ବର୍ଷର ସଂଚଳନରେ, କର୍ଣ୍ଣ ଅନେକ ଅନ୍ୱେଷଣ ସହିତ ୪ ଫ୍ରଂଟିୟର ବେସିନ ଖୋଲିଛ,
ଅଏଲ ଏବଂ ଗ୍ୟାସ, ଦସ୍ତା-ସୀସା-ରୂପା,ତମ୍ବା, ଲୈହ ଖଣିଜ, ରସ ଏବଂ ବ୍ୟବସାୟିକ ପାୱାରରେ ଆଗ୍ରହ ସହିତ ବିବିଧ ପ୍ରାକୃତିକ ସଂସାଧନ ଏକତ୍ରିତ କରିଥିବା ବିଶ୍ୱର ଷଷ୍ଠ ବୃହତମ ବେଦାନ୍ତ ସଂସାଧନ ଲିମିଟେଡର କେର୍ଣ୍ଣ ଏକ ଅଂଶ ଅଟେ । ଭାରତ, ଦକ୍ଷିଣ ଆଫ୍ରିକା, ନାମ୍ବିଆ, ଅଷ୍ଟ୍ରେଲିୟା ଏବଂ ଆୟରଲ୍ୟାଣ୍ଡରେ କମ୍ପାନୀ ନିଜର ଉପସ୍ଥିତି ଜାହିର କରିଛି । ସ୍ୱାସ୍ଥ୍ୟ, ନିରାପତା, ଏବଂ ପରିବେଶ ଏବଂ ସ୍ଥାନୀୟ ଗୋଷ୍ଠୀ ମାନଙ୍କର ଜୀବନ ସମୃଦ୍ଧ କରିବା ଉପରେ ମଜଭୁତ ଧ୍ୟାନ କେନ୍ଦ୍ରିତ କରିବା ସହିତ ଶାସନ ଏବଂ ନିରନ୍ତର ବିକାଶ ବେଦାନ୍ତର ପ୍ରମିଖ ରଣନୀତି ଅଟେ । ୨୦୧୯ ରେ ନନ୍ଦ ଘର ପ୍ରକଳ୍ପ ପାଇଁ ସର୍ବୋତମ ସିଏସଆର ପୁରସ୍କାର ଏବଂ ସ୍ପୋର୍ଟ୍ସ ବିକାଶ (ବେଦାନ୍ତ ସ୍ପୋର୍ଟ୍ସ) ପାଇଁ ସିଏସଆର ଲିଡରସିପ ପୁରସ୍କାରରେ ଇଟି ନାଓ ଦ୍ୱାରା ସମ୍ମାନିତ କରାଯାଇଛି ।


