ଅଟିଜିମ ଓ ମସ୍ତିଷ୍କ ପକ୍ଷାଘାତ ଆକ୍ରାନ୍ତ ଶିଶୁଙ୍କ ସଚେତନତା କର୍ମଶାଳା
କେନ୍ଦ୍ରାପଡା , (ଯୁଗାବ୍ଦ ନ୍ୟୁଜ) – ଅଟିଜିମ ଓ ମସ୍ତିଷ୍କ ପକ୍ଷାଘାତ ଶିଶୁଙ୍କ ପଯତ୍ନ ଏକ ସମୟ ସାପେକ୍ଷ ବ୍ୟାପାର । ଏହି ଆକ୍ରାନ୍ତ ଶିଶୁମାନଙ୍କୁ ସଠିକ ଲାଳନପାଳନ ସହିତ ଅଭିଜ୍ଞ ଥେରାପିଷ୍ଟମାନଙ୍କ ଦ୍ୱାରା ଥେରାପି ସେବା ଯୋଗାଇ ଦିଆଗଲେ ସେମାନଙ୍କ ଅକ୍ଷମତା ଦୂର ହୋଇପାରିବ । ଏହାକୁ ଦୃଷ୍ଟିରେ ରଖି ଅଟିଜିମ ଓ ମସ୍ତିଷ୍କ ପକ୍ଷାଘାତ ଆକ୍ରାନ୍ତ ଶିଶୁମାନଙ୍କ ପିତାମାତାମାନଙ୍କୁ ସଚେତନ କରାଇବା ଉଦେଶ୍ୟରେ ଏକ କର୍ମଶାଳା ଭିନ୍ନକ୍ଷମ ମାନଙ୍କ ସହାୟତା ପାଇଁ କାର୍ଯ୍ୟରତ ସ୍ୱେଛାସେବୀ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମାଧପୁରସ୍ଥିତ ପୁନର୍ବାସ ଫିଜିଓଥେରାପି ଚିକିତ୍ସା କେନ୍ଦ୍ରରେ ପୁନର୍ବାସ ଅନୁଷ୍ଠାନ ଆନୁକୁଲ୍ୟରେ ଅନୁଷ୍ଠିତ ସଚେତନତା କର୍ମଶାଳାରେ ଫିଜିଓଥେରାପିଷ୍ଟ ଡା.ତୃପ୍ତି ବେହେରା ଯୋଗଦେଇ ଭିନ୍ନକ୍ଷମ ଶିଶୁଙ୍କ ପିତାମାତାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସି ନିୟମିତ ଥେରାପି ସେବା ନେଉଥିବା ୨୦ରୁ ଉଦ୍ଧ୍ୱର୍ ଆକ୍ରାନ୍ତ ଶିଶୁ ଓ ସେମାନଙ୍କ ପିତାମାତାମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ପୁନର୍ବାସ ଅନୁଷ୍ଠାନର ସଂଯୋଜିକା ସୁଶ୍ରୀ ସ୍ୱାଗତିକା ପ୍ରଧାନ ଏହି କର୍ମଶାଳାକୁ ସଂଚାଳନ କରିଥିଲେ ।