ଅଟୋ ଓଲଟି ୪ ଗୁରୁତର
ଛତ୍ରପୁର, (ଦେବଦତ୍ତ ମହାରଣା) :- ଛତ୍ରପୁର ନିକଟ ଜାତୀୟ ରାଜପଥରେ ଥିବା ଇଣ୍ଡିଆନ ଓଏଲ ପେଟ୍ରୋଲ ଟାଙ୍କି ନିକଟରେ ଏକ ଯାତ୍ରୀବାହି ଅଟୋ ଓଲଟି ପଡିଛି । ସୂଚନା ମୁତାବକ ମାଲୁଦୁ ରୁ ବ୍ରହ୍ମପୁର ଯୋଗେ ଯାଉଥିବା ଏକ ଅଟୋ ଟି ଭାରସାମ୍ୟ ହରାଇ ଓଲଟି ପଡିବାରୁ ଅଟୋ ରେ ବସିଥିବା ଡ୍ରାଇଭରଙ୍କ ସମେତ ୪ ଜଣ ଯାତ୍ରୀ ଗୁରୁତର ଆହାତ ହୋଇଛନ୍ତି । ଗୁରୁତର ମାନେ ହେଲେ, ବିନାୟକ ଦାସ, ଜୟକୃଷ୍ଣ ଦାସ, ପ୍ରେମଲତା ଦାସ, ଭାସ୍କର ଦାସ ଓ ବାସନ୍ତି ପଲାଇ । ଗୁରୁତର ଆହାତ ମାନଙ୍କୁ ଛତ୍ରପୁର ଅଗ୍ନିଶ୍ରମ ବିଭାଗ ର କର୍ମଚାରୀ ମାନେ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।


