ଅଡିଓ ସିଡି ପେଂରିଲେ ତୁମର ଲୋକାର୍ପିତ

ଯାଜପୁର, (ଯୁଗାବ୍ଦ ନ୍ୟୁଜ୍) : ଏକ ଭିନ୍ନ ସ୍ୱାଦର ସଂଗୀତ ସିଡି ପେଂରିଲେ ତୁମରକୁ ଜିଲ୍ଳ୍ାପାଳ ରଂଜନ କୁମାର ଦାସ ସୋମବାର ଅପରାହ୍ନରେ ଜିଲ୍ଳ୍ା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଊନ୍ମୋଚନ କରିଚ୍ଥନ୍ତି । ଏହି ସିଡିଟି ରୋମାଣ୍ଟିକ ଓ ବିରହ ସଂଗୀତରେ ପ୍ରସ୍ତୁତ ହୋଇଚ୍ଥି ଯାହା ସବୁ ବର୍ଗର ଶ୍ରୋତା ମାନଙ୍କୁ ଆକୃଷ୍ଟ କରିପାରିବ ବୋଲି ଜିଲ୍ଳ୍ାପାଳ ଶ୍ରୀ ଦାସ ସୂଚନା ଦେଇଥିଲୋ ବିଶେଷ କରି ଗୀତର ରଚନା ଗୁଡିକ ପୁରୁଣା ଗୀତର ଲେଖା ଭଳି ବେଶ ମାର୍ମିକ ଓ ଅର୍ଥପୂର୍ଣ୍ଣ । ସଂଗୀତ ମଧ୍ୟ ଶ୍ରୁତି ମଧୁର । ତେଣୁ ପୁରା ପରିବାର ଏକାଠି ଶୁଣିବା ଭଳି ଗୀତ ଗୁଡିକ ବେଶ ଭଲ ହୋଇଚ୍ଥି ବୋଲି ଶ୍ରୀ ଦାସ କହିଥିଲେ । ପେଂରିଲେ ତୁମର ସିଡିଟିରେ ମୋଟ ୧୦ ଟି ଗୀତ ରହିଚ୍ଥି । ଏହି ସିଡିଟିରେ ଜିଲ୍ଳ୍ାପାଳ ଶ୍ରୀ ଦାସଙ୍କର ଅନ୍ତରା ଓ ଶଶାଙ୍କ ଗାଇଥିବା ଏମିତି କାହିଁକି ହୁଏ, ଊପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳଙ୍କର କରୁଣାକରଙ୍କ କଣ୍ଠରେ ଆଖି ସହ ସନ୍ଧି କରି, ବିଷ୍ଣୁ ମୋହନ କବିଙ୍କ କଣ୍ଠରେ ସମୟର ଢେଊ ଯେବେ ଓ ଅରବିନ୍ଦଙ୍କ କଣ୍ଠରେ ଜହ୍ନ ରାତିର ଠକଣା ହଜେଇ, ଗୀତିକାର ନାରାୟଣ ମହାଳିକଙ୍କର ଗୀତ ତପୁ ମିଶ୍ର ଓ ଅରବିନ୍ଦଙ୍କ କଣ୍ଠରେ ଆଖି ତ ଥିଲା ନିଦ ବି ଥିଲା, ବିଷ୍ଣୁ ମୋହନ କବିଙ୍କ କଣ୍ଠରେ ଗାରଟିଏ ଟାଣିଦେଲେ ହୃଦୟରେ ଓ କରୁଣାକରଙ୍କ କଣ୍ଠରେ ଭଲ ପାଅ ବୋଲି ତୁମେ, ଲୋକ ସଂପର୍କ ଅଧିକାରୀ ତଥା ଗୀତିକାର ସନ୍ତୋଷ କୁମାର ସେଠୀଙ୍କ ଗୀତ ତପୁ ମିଶ୍ରଙ୍କ କଣ୍ଠରେ ନୂଆ ନୂଆ ପ୍ରେମେ, ଦିଲିପ କୁମାରଙ୍କ କଣ୍ଠରେ ଠିକଣା କି ହଜେଇଲୁ ଏବଂ ତପୁ ମିଶ୍ର ଓ କରୁଣାକରଙ୍କ କଣ୍ଠରେ ସିଡିଟିର ଟାଇଟଲ ଗୀତ ପେଂରିଲେ ତୁମର ସ୍ଥାନୀତ ହୋଇଚ୍ଥି । ଶୁଭମ ମ୍ୟୁଜିକ ପକ୍ଷରୁ ପ୍ରସ୍ତୁତ ଏହି ସମସ୍ତ ୧୦ ଟି ଯାକ ଗୀତର ସଂଗୀତ ନିର୍ଦ୍ଦେଶନା ଦେଇଚ୍ଥନ୍ତି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଂଗୀତ ନିର୍ଦ୍ଦେଶକ ଦିନେଶ ମଲ୍ଲିକ ଏହି ଗୀତ ସବୁ ୟୁଟ୍ୟୁବରେ ମଧ୍ୟ ଊପଲବ୍ଧ ହୋଇପାରିବ । ଏହି ଲୋକାର୍ପଣ ସମୟରେ ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ କୁମାର ବେହେରା, ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି, ଊପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ, ଜିଲ୍ଳ୍ା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଇନ୍ଦ୍ରମଣି ନାୟକ, ଜଳ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ଅମୀୟ ପରିଜା, ସହକାରୀ ଯନ୍ତ୍ରୀ ଅଶୋକ ମିଶ୍ର, ଯାଜପୁର ବି.ଡି.ଓ. ସୈାରଭ ଚକ୍ରବର୍ତ୍ତୀ, ଧର୍ମଶାଳା ବି.ଡି.ଓ. ହେମନ୍ତ ସ୍ୱାଇଁ, ଲୋକ ସଂପର୍କ ଅଧିକାରୀ, ଗୀତିକାର ନାରାୟଣ ମହାଳିକ ଓ ସଂଗୀତ ନିର୍ଦ୍ଦେଶକ ଦିନେଶ ମଲ୍ଲିକ ପ୍ରମୁଖ ଊପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ