ବର୍ଜ୍ୟ ବସ୍ତୁ ପରିଚାଳନାରେ ସମସ୍ତେ ଭାଗିଦାରୀ ହେବାକୁ ଜିଲ୍ଳ୍ାପାଳଙ୍କ ଆହ୍ୱାନ
ଯାଜପୁର, (ଯୁଗାବ୍ଦ ନ୍ୟୁଜ୍) : ବର୍ଜ୍ୟ ବସ୍ତୁ ପରିଚାଳନା ଏକ ସାମଗ୍ରିକ ଦାୟିତ୍ୱ । ଏଥିରେ ପ୍ରତ୍ୟେକ ଊତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ଜିଲ୍ଳ୍ାପାଳ ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି । ସୋମବାର ଅପରାହ୍ନରେ ଜିଲ୍ଳ୍ା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ବର୍ଜ୍ୟ ବସ୍ତୁ ପରିଚାଳନା ନିମିତ୍ତ ଜିଲ୍ଳ୍ା ସ୍ତରୀୟ ପରାମର୍ଶ ଦାତା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳ୍ାପାଳ ଶ୍ରୀ ଦାସ ବର୍ଜ୍ୟ ବସ୍ତୁର ନିୟନ୍ତ୍ରଣ କେବଳ ସରକାର ବା ପ୍ରଶାସନ କରିପାରିବ ନାହିଁ । ଏଥିରେ ପ୍ରତିଟି ବ୍ୟକ୍ତିର ସହଯୋଗ ଆବଶ୍ୟକ । ଏ ସଂପର୍କରେ ଲୋକଙ୍କୁ ସଚେତନ କରାଯାଊଚ୍ଥି । ତେବେ ପ୍ରତ୍ୟେକ ନିଜ ନିଜ ସ୍ତରରେ ଏହାର ନିରାକରଣ ପାଇଁ ଊଦ୍ୟମ କରିବାକୁ ସେ ଅନୁରୋଧ କରିଥିଲେ । ବିଗତ ଦିନରେ ଯାଜପୁର ଓ ବ୍ୟାସନଗର ପୈାରାଞ୍ଚଳରେ ସ୍ୱତନ୍ତ୍ର ଭାବେ ବର୍ଜ୍ୟ ବସ୍ତୁ ପରିଚାଳନା ପାଇଁ ବ୍ୟବସ୍ଥା କରାଯାଇଥିଲା ବେଳେ ବର୍ତ୍ତମାନ ତାହା ଗ୍ରାମ୍ୟ ସ୍ତରକୁ ଯିବା ନିଶ୍ଚିତ ଖୁସିର କଥା । ନିୟମ ଅନୁସାରେ ଆବର୍ଜନାର ବିଭାଗୀକରଣ କରାଯାଇ ତାହାର ଊପଯୋଗ ହେବ । ପ୍ରତ୍ୟେକ ଗ୍ରାମରେ ବିଭିନ୍ନ ସ୍ଥାନରେ ଅଳିଆ ସଂଗ୍ରହ ପାତ୍ରମାନ ରହିବ । ଯାହାକୁ ଲୋକମାନେ ଊପଯୋଗ କରିବା ଊଚିତ ବୋଲି ଶ୍ରୀ ଦାସ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମର ମାଷ୍ଟର ଟ୍ରେନର ଥିବା ଅନିରୁଦ୍ଧ ସାମନ୍ତରାୟ ବିସ୍ତୃତ ସୂଚନା ଦେଇ ଯାଜପୁର ବ୍ଳ୍କର ମାର୍କଣ୍ଡପୁର ଓ ସୁଜନପୁର ପଞ୍ଚାୟତ ଏବଂ ଧର୍ମଶାଳା ବ୍ଳ୍କର ସୁନ୍ଦରିଆ ପଞ୍ଚାୟତକୁ ପାଇଲଟ ପ୍ରୋଜେକ୍ଟ ହିସାବରେ ନିଆଯାଇ ଏହି ୩ଟି ପଞ୍ଚାୟତର ବର୍ଜ୍ୟ ବସ୍ତୁ ପରିଚାଳନାର କୈାଶଳର ଊପଯୋଗ କରାଯିବ । ପ୍ରତିଟି ପରିବାର, ବ୍ୟବସାୟୀ, କାର୍ଯ୍ୟାଳୟ ଇତ୍ୟାଦିର ବ୍ୟକ୍ତି ବିଶେଷଙ୍କୁ ବର୍ଜ୍ୟ ବସ୍ତୁ ପରିଚାଳନାରେ ସଚେତନ କରାଯିବ ବୋଲି କହିଥିଲେ । ଇତି ମଧ୍ୟରେ ପରିବାର ୱାରୀ ସର୍ଭେ କରାଯାଇ କେତେ ଅଳିଆ ବା ବର୍ଜ୍ୟ ବସ୍ତୁ ଦୈନିକ ବାହାରିବ ତାହାର ଆକଳନ କରାଯାଇଚ୍ଥି । ସେଗୁଡିକର ପରିଚାଳନା ପାଇଁ ନିର୍ମିତ କୁଣ୍ଡ ମାନଙ୍କରେ ପକାଯାଇ ପରବର୍ତ୍ତୀ ସମୟରେ ତାହାର ଊପଯୋଗ କରାଯିବ ବୋଲି ସେ କହିଥିଲେ । ଏହି କାର୍ଯ୍ୟରେ ସମସ୍ତଙ୍କ ସଂପୃକ୍ତି ରହିବା ଜରୁରୀ ବୋଲି ଜିଲ୍ଳ୍ାପାଳ କହିବା ସହ ଆଗାମୀ ଦିନରେ ସମସ୍ତ ପଞ୍ଚାୟତର ଲୋକ ପ୍ରତିନିଧି ମାନଙ୍କୁ ନେଇ ଏକ କର୍ମଶାଳା ଆୟୋଜନ କରି ବିସ୍ତୃତ ସୂଚନା ଓ ସଚେତନତା ବାର୍ତ୍ତା ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ କୁମାର ବେହେରା, ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି, ଜିଲ୍ଳ୍ା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଇନ୍ଦ୍ରମଣି ନାୟକ, ଧର୍ମଶାଳା ବି.ଡି.ଓ. ହେମନ୍ତ କୁମାର ସ୍ୱାଇଁ, ଯାଜପୁର ବି.ଡି.ଓ. ସୈାରଭ ଚକ୍ରବର୍ତ୍ତୀ, ଜଳ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ଅମୀୟ ପରିଜା, ସହକାରୀ ଯନ୍ତ୍ରୀ ଅଶୋକ ମିଶ୍ର, ଜିଲ୍ଳ୍ା ସମାଜ କଲ୍ୟାଣ ଅଧିକାରୀ ବିଜୟଲକ୍ଷ୍ମୀ ପଣ୍ଡା, ପ୍ରୋଗ୍ରାମ ଅପିଂସର ମଞ୍ଜୁଳାରଥ ଓ ଅନାନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।


