ଅତିରିକ୍ତ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କଲେ ପିପି ଓ ଏପିପି

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) ; ଗଂଜାମ ପବ୍ଲିକ ପ୍ରୋସିକ୍ୟୁଟର ତିଲୋଚନ ପରିଡାଙ୍କ ନେତୃତ୍ୱରେ ବ୍ରହ୍ମପୁରର ବହୁ ଆସିଷ୍ଟାଣ୍ଡ ପବ୍ଲିକ ପ୍ରୋସିକ୍ୟୁଟର ତଥା ଛତ୍ରପୁର ଏସଡିଜେଏମ କୋର୍ଟର ଆସିଷ୍ଟାଣ୍ଡ ପବ୍ଲିକ ପ୍ରୋସିକ୍ୟୁଟର ରାଜେଶ କୁମାର ମିଶ୍ର, କୃଷ୍ଣଚନ୍ଦ୍ର ବେହେରା, ସୈାରୀ ପ୍ରସାଦ ବେହେରା, ସିଭିଲ ଜଜ ସିନିୟର ଡିଭିଜନର ଏପିପି ପ୍ରଦୀପ ପାତ୍ର ସ୍ପେଶାଲ ପବ୍ଲିକ ପ୍ରୋସିକ୍ୟୁଟର ଡମିନାଥ ସାହୁ ଓ ସରକାରୀ ଓକିଲ ସୁରେଶ କୁମାର ପଣ୍ଡାଙ୍କ ଏକ ଟିମ ଆଜି ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ସୈାଜନ୍ୟ ମୂଳକ ସାକ୍ଷାତ କରିଥିଲେ । ଗଂଜାମ ପବ୍ଲିକ ପ୍ରୋସିକ୍ୟୁଟରଙ୍କ ଅଫିସର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏହାପରେ ଏହି ଟିମ୍ ଛତ୍ରପୁର ସ୍ଥିତ ଗଂଜାମ ଏସପିଙ୍କ କାର୍ଯ୍ୟାଳୟକୁ ଯାଇ ଏସପି ବ୍ରିଜେଶ କୁମାର ରାୟଙ୍କୁ ନୂଆବର୍ଷ ଉପଲକ୍ଷେ ସୈାଜନ୍ୟମୂଳକ ସାକ୍ଷାତ କରିଥିଲେ । ପ୍ରାୟ ୪୫ମିନିଟ୍ ପର୍ଯ୍ୟନ୍ତ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପର୍ଯ୍ୟାଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ଏସପି ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ କିପରି ଦଣ୍ଡହାର ବୃଦ୍ଧି ପାଇବ ତଥା ଦୋଷୀ ଦଣ୍ଡ ପାଇବେ ଓ ସମାଜରେ ଶାନ୍ତି ବଜାୟ ରହିବ , ସେବିଷୟରେ ଆଲୋଚନା କରିଥିଲେ । ପରେ ଗଂଜାମ ପବ୍ଲିକ ପ୍ରୋସିକ୍ୟୁଟର ଶ୍ରୀ ପରିଡା ଗଂଜାମ ଜିଲ୍ଲାର ବିଭିନ୍ନ କୋର୍ଟରେ ସାକ୍ଷୀ ବିଚାରଣା ସମୟରେ ହେଉଥିବା ବିଭିନ୍ନ ସମସ୍ୟା ତଥା ପ୍ରମାଣ ଅଭାବରୁ ଖଲାସ ହେଉଥିବା ବିଭିନ୍ନ ଘଟଣାମାନ ଏସପି ଶ୍ରୀ ରାୟ ଙ୍କୁ ଅବଗତ କରାଇବା ସହ ଏହି ଦିଗରେ ପୁଲିସର ସହଯୋଗ ଲୋଡିଥିଲେ । ସୂଚନା ଯୋଗ୍ୟ ଯେ , ଗତବର୍ଷ ଗଂଜାମ ଜିଲ୍ଲାରେ ଥିବା ବିଭିନ୍ନ କୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ଦଣ୍ଡ ବିଧାନ ହେବା ସହ ଲୋକଙ୍କୁ ତ୍ୱରିତ ନ୍ୟାୟ ମିଳିଥିବାରୁ ଏସପି ଶ୍ରୀ ରାୟ କିଛି ପରିମାଣରେ ନିଜର ସନ୍ତୋଷ ବ୍ୟକ୍ତ କରିଥିଲେ । ସର୍ବଶେଷରେ ଗଂଜାମ ପୁଲିସ ଜିଲ୍ଲାର ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ରଙ୍କୁ ଏହି ଟିମ୍ ନୂଆବର୍ଷର ଅଭିନନ୍ଦନ ଜଣାଇବାସହ ୨୦୨୦ମସିହାରେ କିପରି ଗଂଜାମ ଜିଲ୍ଲାରେ ଆଇନଶୃଙ୍ଖଳା ସ୍ଥିତିରେ ପୂର୍ବବର୍ଷ ଅପେକ୍ଷା ସୁଧାର ଘଟିବ, ସେ ବିଷୟରେ ଆଲୋଚନା କରି ଫେରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ