ସଡକ ଦୂର୍ଘଟଣାରେ ୨ ମୃତ ୩ ଆହତ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରପଡା ଜିଲ୍ଲା ଦୁହୁରିଆ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ସଡକ ଦୂର୍ଘଟଣା ଘଟିଛି । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହାତ ହୋଇଛନ୍ତି । ଆହାତ ମାନଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତିକରାଯାଇଛି । ମିଳିଥିବା ଖବର ଅନୁଯାୟୀ ଏକ କାର ଯୋଗେ ବିଭିନ୍ନ ଧର୍ମସ୍ଥାନ ପରିଦର୍ଶନ କରି ଘରକୁ ଫେରୁଥିବା ବେଳେ ବୁଧବାର ବିଳମ୍ବିତ ରାତିରେ ଦୁହୁରିଆ ନିକଟରେ କଟକ – ଚାନ୍ଦବାଲି ରାସ୍ତା ଉପରେ ଛିଡା ହୋଇଥିବା ଏକ ସିମେଂଟ ଟ୍ରକ ପଛରେ ଭାରସାମ୍ୟ ହରାଇ କାରଟି ଧକ୍କା ଦେବାରୁ କାର ଭିତରେ ଥିବା କଜଳା ଗ୍ରାମର ଦେବାଶିଷ ପଣ୍ଡାଙ୍କ ପତ୍ନୀ ପ୍ରଣତି ପଣ୍ଡା(୩୮) ଓ କାକଟ ଗ୍ରାମର ବିଜୟ ସାହୁ(୪୬)ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ପ୍ରଣତିଙ୍କ ସ୍ୱାମୀ ଦେବାଶିଷ ପଣ୍ଡା ଓ ତାଙ୍କର ଏକ ୮ବର୍ଷର ପୁଅ ସମେତ ଚାଟରାପାଟଣା ଗ୍ରାମର ପ୍ରତାପ ମହାନ୍ତି(୨୬)ଙ୍କୁ ଗୁରୁତ୍ତର ଅବସ୍ଥାରେ କାର ଭିତରୁ ଉଦ୍ଧାର କରାଯାଇ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତରଖାନା ସୁତ୍ରରୁ ଜଣାପଡିଛି ।


