ଅତ୍ୟଧିକ ପ୍ରଭାବିତ ଜିଲ୍ଲାଗୁଡିକରେ ନିର୍ଦ୍ଦିଷ୍ଟ ଜନସଂଖ୍ୟା ବର୍ଗପାଇଁ ଟୀକାକରଣକୁ ତ୍ୱରାନ୍ୱିତ

ନୂଆଦିଲ୍ଲୀ,  (ଓ୍ବାଇଏନ୍ଏସ୍) :କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରୀରାଜେଶ ଭୂଷଣ ଏବଂ ଡକ୍ଟର ବିନୋଦକେ.ପାଲ, ସଦସ୍ୟ (ସ୍ୱାସ୍ଥ୍ୟ), ନୀତିଆୟୋଗ, ଆଜି ହରିୟାଣା, ଆନ୍ଧ୍ରପ୍ରଦେଶ, ଓଡିଶା, ଗୋଆ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ଓ ଚଣ୍ଡିଗଡ଼ର ସ୍ୱାସ୍ଥ୍ୟ ସଚିବ ଏବଂ ଏନଏଚଏମର ଏମ୍.ଡି. ମାନଙ୍କ ସହିତ ଆଲୋଚନା କରିଛନ୍ତି। ସମ୍ପ୍ରତି ଏହି ରାଜ୍ୟଗୁଡିକ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଦୈନିକ ସଂକ୍ରମଣ ଓ ପଜିଟିଭ ସଂଖ୍ୟା ବୃଦ୍ଧିପାଇଛି। | ଏହି ଆଠଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଦୈନିକ ନୂତନ ସଂକ୍ରମଣର କ୍ରମାଗତ ବୃଦ୍ଧି ଏବଂ ଅଧିକ ସଂଖ୍ୟକ ସକ୍ରିୟ ଆକ୍ରାନ୍ତ ରିପୋର୍ଟ ହେବାପରେ ସେମାନେ କୋଭିଡ ସଂକ୍ରମଣର ନୀରିକ୍ଷଣ, କଣ୍ଟେନମେଣ୍ଟ ଏବଂ କୋଭିଡ ପରିଚାଳନାଉପରେ ଚାଲିଥିବା ଜନସ୍ୱାସ୍ଥ୍ୟ ପଦକ୍ଷେପ ଗୁଡିକର ସମୀକ୍ଷା କରିଥିଲେ। ଏକ ବିସ୍ତୃତ ଉପସ୍ଥାପନାରେ ଦର୍ଶାଯାଇଛି ଯେ ଦିଲ୍ଲୀର ୯ ଟିଜିଲ୍ଲା, ହରିୟାଣାରେ ୧୫ଟି, ଆନ୍ଧ୍ରପ୍ରଦେଶରେ ୧୦ଟି, ଓଡିଶାରେ ୧୦ଟି, ହିମାଚଳ ପ୍ରଦେଶରେ ୯ଟି, ଉତ୍ତରାଖଣ୍ଡରେ ୭ଟି, ଗୋଆରେ ୨ଟି ଚଣ୍ଡିଗଡ଼ରେ ଗୋଟିଏ ଜିଲ୍ଲାଚିନ୍ତାର କାରଣପାଲଟିଛି । ଏହି ଜିଲ୍ଲାଗୁଡ଼ିକରେ ଚାଲିଥିବା ମୋଟ ପରୀକ୍ଷଣରେ ହ୍ରାସ, କମ୍ଆରଟି-ପିସିଆର ପରୀକ୍ଷଣ, ସାପ୍ତାହିକ ପଜିଟିଭ ହାର ବୃଦ୍ଧି ଏବଂ କୋଭିଡ ପଜିଟିଭ ମାମଲା ଗୁଡ଼ିକର କଣ୍ଟାକ୍ଟଟ୍ରେସିଂ କମ୍କ ରାଯାଉଥିବା ଦେଖାଯାଉଛି । ଏହାମିଳିତ ଭାବେ ପଡୋଶୀ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଅଧିକ ସଂକ୍ରମଣର ବିପଦ ସୃଷ୍ଟିକରିପାରନ୍ତି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଜିଲ୍ଲାମାନଙ୍କରେ କୋଭିଡସଂକ୍ରମଣର ବିଶ୍ଳେଷଣ କରିଜଣାଇବାକୁ କୁହାଯାଇଛି।ରାଜ୍ୟମାନଙ୍କୁ ବିଶେଷଭାବରେ କୁହାଯାଇଛି, ‘ଟେଷ୍ଟ୍ଟ୍ରାକ୍ଏବଂଟ୍ରିଟ୍’ର ପ୍ରଭାବଶାଳୀ ରଣନୀତି ଜାରିରଖନ୍ତୁ ଯାହାମହାମାରୀ ବୃଦ୍ଧିରେ କିବାଦିଗରେ ପ୍ରମୁଖକାର୍ଯ୍ୟଥିଲା। କମ୍ପରୀକ୍ଷଣରିପୋର୍ଟ କରୁଥିବା ଜିଲ୍ଲାଗୁଡ଼ିକରେ ସାମଗ୍ରିକ ପରୀକ୍ଷଣରେ ଉନ୍ନତିଆଣନ୍ତୁ। ଅଧିକ ଆଣ୍ଟିଜେ ନ୍ପରୀକ୍ଷଣ ଉପରେ ନିର୍ଭରଶୀଳ ଜିଲ୍ଲାମାନଙ୍କରେ ଆରଟି-ପିସିଆର ପରୀକ୍ଷଣ ହାର ବୃଦ୍ଧି କରନ୍ତୁ। ମନୋନୀତ ଜିଲ୍ଲାଗୁଡ଼ିକର ସେହିଅଞ୍ଚଳ ଗୁଡିକର ତଦାରଖ ଏବଂ କଣ୍ଟେନମେଣ୍ଟ ଉପରେ ଅଧିକ ଦୃଷ୍ଟିଦିଅନ୍ତୁ ଯେଉଁଠାରେ କ୍ଲଷ୍ଟର ସଂକ୍ରମଣ ଦେଖିବାକୁ ମିଳୁଛି। ସର୍ବନିମ୍ନ ୨୦ପ ଜିଟିଭଚି ହ୍ନଟ କ୍ଷେତ୍ରରେ କଣ୍ଟାକ୍ଟଟେସିଂ କରନ୍ତୁ। ଅଧିକ ମୃତ୍ ୟୁଘଟୁଥିବା ଜିଲ୍ଲାଗୁଡ଼ିକରେ କ୍ଲିନିକାଲ୍ପ ରିଚାଳନା ଉପରେ ଧ୍ୟାନଦିଅନ୍ତୁ। ସମସ୍ତ ରୋଗୀଙ୍କୁ ପ୍ରଭାବଶାଳୀ କ୍ଲିନିକାଲ୍ପ ରିଚାଳନା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ଭିତ୍ତି ଭୂମିକୁ ସକ୍ରିୟ କରନ୍ତୁ, କାରଣ ସେହି ଜିଲ୍ଲାମାନଙ୍କରେ ମୃତ୍ୟୁହାର ମଧ୍ୟ ପ୍ରଭାବିତହେବ। ଅଧିକସଂ କ୍ରମଣଥିବା ଜିଲ୍ଲାଗୁଡିକରେ ଅଗ୍ରାଧିକାର ଭିତ୍ତିରେ ଟିକା ପାଇବାକୁଥିବା ପ୍ରାଥମିକ ଜନସଂଖ୍ୟା ଗୋଷ୍ଠୀ ପାଇଁ ଟିକାକରଣକୁ ତ୍ୱରାନ୍ୱିତ କରନ୍ତୁ। ଉପଲବ୍ଧଟି ଡୋଜର ସର୍ବୋତ୍ତମ ଉପଯୋଗକରନ୍ତୁ ଏବଂ ସ୍ଥିତି ଜଟିଳ ଥିବା ଜିଲ୍ଲାଉପରେ ଅଧିକ ଧ୍ୟାନଦିଅନ୍ତୁ। ଘରୋଇ ଡାକ୍ତର ଖାନାରେ ସର୍ବନିମ୍ନ ୧୫ ଦିନଏବଂସର୍ବାଧିକ ୨୮ ଦିନମଧ୍ୟରେ ଟୀକାକରଣ ସମୟ-ସରଣୀ ଖୋଲିବା ପାଇଁ ସହଯୋଗ କରନ୍ତୁ। ଯୋଗାଯୋଗ ଏବଂ କାର୍ଯ୍ୟକାରିତା ମାଧ୍ୟମରେ କୋଭିଡର ଉପଯୁକ୍ତ ଆଚରଣକୁ ପ୍ରୋତ୍ସାହିତ କରନ୍ତୁ। ଏହି ରୋଗର ହ୍ରାସ ପାଇଁ ଶୀଘ୍ର ଚିହ୍ନଟ ଏବଂ ସଂଗରୋଧରେ ଥିବା ସକ୍ରିୟ ଆକ୍ରାନ୍ତଙ୍କ ପାଇଁ ତୁରନ୍ତ ଡାକ୍ତରୀ ନିରୀକ୍ଷଣ ବ୍ୟବସ୍ଥା ଯୋଗାଇ ଦେବାଉପରେ ଗୁରୁତ୍ବାରୋପ କରାଯାଇଥିଲା। ଅଧିକ ବ୍ୟାପୁଥିବା ସଂକ୍ରମଣ ପାଇଁ ସକ୍ରିୟ ଭାବରେ ସତର୍କ ରହିବାକୁ ଏବଂ ରୋଗ ପରିବହନ ଶୃଙ୍ଖଳା ଭାଙ୍ଗିବା ପାଇଁ ସର୍ବୋତ୍ତମ ପଦକ୍ଷେପ ବିଷୟରେ ମଧ୍ୟ ଜଣାଇବାକୁ ରାଜ୍ୟମାନଙ୍କୁ କୁହାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ