ଓଡିଶାରେ ଆର୍ଥିକ ଏବଂ ନିଯୁକ୍ତି ସୃଷ୍ଟି କରିବା ଦିଗରେ ବଡ ପଦକ୍ଷେପ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, : କେନ୍ଦ୍ରାପଡ଼ା ଜିଲ୍ଲାରେ ୫୦ ହଜାର କୋଟି ଟଙ୍କା ବ୍ୟୟରେ ୧୨ ନିୟୁତ ଟନ୍ ବିଶିଷ୍ଟ ସର୍ବବୃହତ ଇସ୍ପାତ୍ କାରଖାନା ନିର୍ମାଣ କରିବା ପାଇଁ ଗତକାଲି ବିଶ୍ୱର ଅଗ୍ରଣୀ ଇସ୍ପାତ୍‌ କମ୍ପାନୀ ଆର୍ସେଲର ମିତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ବୁଝମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଥିବାରୁ ଏହି କମ୍ପାନୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିରି ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳ୍ପ କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବାକୁ ଥିବା ସର୍ବବୃହତ ଇସ୍ପାତ୍ କାରଖାନା ଓଡିଶାରେ ଆର୍ଥିକ ଏବଂ ନିଯୁକ୍ତି ସୃଷ୍ଟି କରିବା ଦିଗରେ ନୂଆ ଉନ୍ମାଦନା ଆଣିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପିତ ପୂର୍ବୋଦୟ ଏବଂ ଆତ୍ମନିର୍ଭର ଭାରତକୁ ବଡ ଗତି ଦେବ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଗତ ୨ ତାରିଖରେ ଆର୍ସେଲର ମିତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତଲ କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କୁ ଭେଟିବା ସହ ଭାରତ ବିଶେଷ ଭାବରେ ଇସ୍ପାତ୍ ଶିଳ୍ପର ଅଭିବୃଦ୍ଧି ନେଇ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ପୂର୍ବରୁ ଭାରତ ବିଶେଷ ଭାବରେ ପୂର୍ବ ଭାରତକୁ ପ୍ରଗତିର ପଥରେ ଆଗେଇ ନେବା ତଥା ଇସ୍ପାତ୍ କ୍ଷେତ୍ରର ଅଭିବୃଦ୍ଧି ନିମନ୍ତେ ଷ୍ଟିଲ୍‌ କ୍ଲଷ୍ଟର ଏବଂ ଗ୍ରୀନ୍ ଫିଲ୍ଡର କ୍ଷମତା ବୃଦ୍ଧି କରି ସମନ୍ୱିତ ଇସ୍ପାତ୍ ହବ୍ ମାଧ୍ୟମରେ ‘ପୂର୍ବୋଦୟ ମିଶନ’ର ଶୁଭାରମ୍ଭ କରିଥିଲେ । ଏହି ମିଶନ ଜରିଆରେ ୨୦୩୦ ସୁଦ୍ଧା ଦେଶରେ ବାର୍ଷିକ ୩୦୦ ମିଲିୟନ ଟନ ଇସ୍ପାତ୍ ଉତ୍ପାଦନ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । କେନ୍ଦ୍ରାପଡାରେ ପ୍ରତିଷ୍ଠା ହେବାକୁ ଥିବା ଏହି ସର୍ବବୃହତ ଇସ୍ପାତ୍ କାରଖାନା ପାଇଁ ଭାରତ ସରକାର ସମସ୍ତ ଆନୁଷଙ୍ଗିକ ସହାୟତା ଯୋଗାଇଦେବା ନେଇ ପ୍ରତିଶ୍ରୁତିବଦ୍ଧ । ୱେଲଥ୍ କ୍ରିଏସନ ସୃଷ୍ଟି କରିବା ପାଇଁ ପୁଞ୍ଜି ନିବେଶ କାରୀଙ୍କୁ ଆକୃଷ୍ଟ କରିବା ଏବଂ ଜାତୀୟ ଇସ୍ପାତ ନୀତି ଭଳି ସହଯୋଗୀମୂଳକ ନୀତି ସଂସ୍କାର ଅନୁସାରେ ନିଯୁକ୍ତି ସୃଷ୍ଟି କରିବା ଓ ଭିତିଭୂମିକୁ ପ୍ରାଥମିକତା ଦେବା ଦିଗରେ ୧୨ ନିୟୁତ ଟନ୍ ବିଶିଷ୍ଟ ଏହି ଇସ୍ପାତ୍ କାରଖାନା ହେଉଛି ଭାରତ ସରକାରଙ୍କ ବଡ ପଦକ୍ଷେପ । କେନ୍ଦ୍ରାପଡାରେ ପ୍ରତିଷ୍ଠା ହେବାକୁ ଥିବା ସର୍ବବୃହତ ଇସ୍ପାତ୍ କାରଖାନା ଜିଲ୍ଲା ସାମଗ୍ରିକ ବିକାଶ କରିବ । ବିଶେଷ ଭାବରେ ମୋଦି ସରକାରରେ ବିଗତ ୬ ବର୍ଷରେ କେନ୍ଦ୍ରାପଡାରେ ହୋଇଥିବା ଭିତିଭୂମିର ବିକାଶ ଯଥା ପାରାଦୀପ ବନ୍ଦରର ସମ୍ପ୍ରସାରଣ, ମହାନଦୀ ନଦୀଭିତିକ ବନ୍ଦରର ସ୍ଥାପନ, ମାଲ ପରିବହନ, ପାରାଦୀପ-ହରୁଦାସପୁର ନୂଆ ରେଳ ଲାଇନ, ଜାତୀୟ ରାଜପଥର ଦ୍ରୁତ ନିର୍ମାଣ କରାଇବାରେ ଏହି ପ୍ଲାଂଟ୍‌ ସହାୟକ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ