ଅତ୍ୟାବଶ୍ୟକ ସାମାଗ୍ରୀ ଦର ପ୍ରଶାସନ ନିୟନ୍ତ୍ରଣ ବାହାରେ

ପାରାଦ୍ୱୀପ (ପୀତବାସ ପ୍ରଧାନ) : ବିଶ୍ୱମହାମାରୀ କୋରୋନା ମାଡରେ ସମଗ୍ର ବିଶ୍ୱର ଅର୍ଥନୀତି ଧରାଶାୟୀ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଉଚ୍ଚବର୍ଗର ସଭିଏଁ ଏହି ଆର୍ଥିକ ମାନ୍ଦାବସ୍ଥା ର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ସମସ୍ତ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥକୁ ଆଖି ଆଗରେ ରଖି ଦୋକାନ ବଜାର ଖୋଲିବାକୁ ଏକ ନିର୍ଦ୍ଧିଷ୍ଟ ସମୟ ଦେଇଛନ୍ତି । ବନ୍ଦର ସହର ପାରାଦ୍ୱୀପ ରେ ମଧ୍ୟ ଏହି ସମୟରେ ଦୋକାନ ବଜାର ଖୋଲାଯାଉଛି ଓ ବନ୍ଦ ରହୁଛି । ପାରାଦ୍ୱୀପ ର ବ୍ୟବସାୟୀ ମାନେ ଏହି ବିଶ୍ୱ ବିପତ୍ତି ସମୟରେ ଗ୍ରାହକ ମାନଙ୍କୁ ଲୁଟିବାକୁ ପଛଉନାହାଁନ୍ତି । ପରିବା ଠାରୁ ଆରମ୍ଭ କରି ମାଛ ମାଂସ ଓ ତେଜରାତି ଦୋକାନୀ ସାମଗ୍ରୀ ଆସୁନଥିବାର ଆଳ ଦେଖାଇ ଅସାଧୁ ଉପାୟରେ ଚଡା ଦରରେ ସାମଗ୍ରୀ ବିକ୍ରି କରୁଛନ୍ତି । ସରକାର ସମସ୍ତ ସାମଗ୍ରୀ ମହଜୁଦ୍ ଥିବା ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗାଡିରେ ଯିବା ଆସିବା ପାଇଁ ସହଯୋଗ କରୁଥିବା ବେଳେ ପାରାଦ୍ୱୀପ ର ଅସାଧୁ ବ୍ୟବସାୟୀ ମାନେ ଖୋଲମ୍ ଖୋଲା ଗ୍ରାହକଙ୍କୁ ଠକି ଟଙ୍କା ରୋଜଗାର ରେ ବ୍ୟସ୍ତ ଦେଖିବାକୁ ମିଳୁଛି । ଏହି ଦରଦାମ୍ ନିୟନ୍ତ୍ରଣ ପାଇଁ ନାଁ ବଣିକ ସଂଘର ଦାୟିତ୍ୱ ଅଛି ନାଁ ପ୍ରଶାସନର । ପ୍ରଶାସନର ନାକ ନିଶ ତଳେ ଏହି ଭଳି କାରବାର ଚାଲୁଥିବା ବେଳେ ପ୍ରଶାସନ ଦରଦାମ ନିୟନ୍ତ୍ରଣରେ ସଂପୂର୍ଣ୍ଣ ବିଫଳ ।
ଅପରପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ ଲକ ଡାଉନ୍ ଘୋଷଣା ହେବା ପରେ ପାରାଦ୍ୱୀପର ଲୋକମାନେ ଅନାୟସ ରେ ଗାଡି ମୋର୍ଟର ଧରି ବୁଲୁଥିବା ଦେଖିବାକୁ ମିଳୁଛି । ସାମାଜିକ ଦ୍ୱରତ୍ୱ କୁ ଭୁଲି ଅଠରବାଙ୍କୀ ପୋର୍ଟ ଗେଟ୍‌ରେ ଟ୍ରକ ଚାଳକ ଓ ହେଲପର ବନ୍ଦର ମଧ୍ୟକୁ ଯିବା ପାଇଁ ପାସ୍ ନେବା ବେଳେ ଯେଉଁଭଳି ପେଲାଠେଲା ହେଉଛନ୍ତି ଯେକେହି ବି ଦେଖିବ କରୋନା କଥା ତାର ଆଉ ମନେ ପଡିବନି । ଅଠରବାଙ୍କୀ ବାଲିପ୍ଳଟ୍ ରେ ବୁଧବାର ଦିନ ମାଛ କିଣିବା ବେଳେ ଗ୍ରାହକ ମାନେ ସାମାଜିକ ଦ୍ୱରତା ନ ରଖି ଚଢା ମଡା ହୋଇ ମାଛ କିଣୁଥିବା ଦେଖିବାକୁ ମିଳିଥିଲା । ସେହି ଏକା ଦୃଶ୍ୟ ଥିଲା ପାରାଦ୍ୱୀପ ର ସ୍ଥାନାନ୍ତରିତ ମାଛ ମାର୍କେଟ । ଏଠି ମଧ୍ୟ ମାଛ ଓ ମାଂସ କିଣିବା ବେଳେ ନା ଥିଲା ଦୋକାନିର ତାଗିଦ୍ ନା ପୋଲିସ ର ତାଗିଦ୍ ନା ଗ୍ରାହାକ ଙ୍କ ସାଧାରଣ ଜ୍ଞାନ । ସେହିପରି ଜନଧନ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ବୁଧବାର ଦିନ ପାରାଦ୍ୱୀପ ର କାନାରା ବ୍ୟାଙ୍କ ଓ ଆହ୍ଳାବାଦ ବ୍ୟାଙ୍କ ସମ୍ମୁଖରେ ମହିଳା ହିତାଧିକାରୀ ମାନେ ସାମାଜିକ ଦ୍ୱରତ୍ୱ କୁ ଭୁଲି ମେଳି ହୋଇ ଠିଆ ହୋଇଥିଲେ । ମାସ୍କ ମଧ୍ୟ ସେମାନେ ପିନ୍ଧି ନଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ