ଅଦରକାରୀ ପାର୍ଟସ୍ରୁ ବାଇକ୍

ଦାମ୍ ୨ହଜାର, ୫ଟଙ୍କାରେ ୫୦କିଲୋମିଟର ଯିବ ପରିବେଶ ପ୍ରଦୂଷଣ ବୃଦ୍ଧିପାଉଛି । ଆଗକୁ ଏକ ଭଲ ପରିବେଶ ମିଳିବ କି ନାହିଁ ତାହା କହିହେବନି । ଅନ୍ୟପକ୍ଷରେ ପେଟ୍ରୋଲ କିମ୍ବା ଡିଜେଲ ଦାମ୍କୁ ଲକ୍ଷ୍ୟ କଲେ ବାଇକ୍ ଚଲାଇବା ଯୁବପିଢିକୁ କଷ୍ଟକର ହୋଇଯିବ । ଏହି ସମସ୍ୟାର ସହଜ ସମାଧାନ କରିବା ଲାଗି ଆଦିତ୍ୟ କେସରିୟା, ଉଦୟ ରାଣେ ଓ ଜୟ ସୋଲାଙ୍କି ନିର୍ମାଣ କରିଛନ୍ତି ଗୋ-କାର୍ଟ ବାଇକ । ଏହା ପାଇଁ ଜୈବ ଇନ୍ଧନ ବି ଦରକାର ପଡିବନି । ଗୋ-କାର୍ଟ ଚାଲିବ ବିଦ୍ୟୁତ୍ରେ । ଏଣୁ ପରିବେଶ ପ୍ରଦୂଷଣ ହେବନି । ଗୋ-କାର୍ଟ ବାଇକ ନିର୍ମାଣ କରିବା ପାଇଁ ବର୍ଜ୍ୟବସ୍ତୁ ଭାବେ ପଡିରହିଥିବା ବାଇକ୍ ପାର୍ଟସ୍କୁ ବ୍ୟବହାର କରାଯାଇଛି । ପଛ ଟାୟାରରେ ବିଏଲ୍ଡିସିି ମୋଟର ଖଞ୍ଜାଯାଇଛି । ଏହି ମୋଟରକୁ ପାୱାର ଯୋଗାଇ ଦେବା ପାଇଁ ୪୮ ଭୋଲ୍ଟର ଲିଥିୟମ ଆଇରନ୍ ବ୍ୟାଟେରି ଲଗାଯାଇଛି । ଏହା ଚାର୍ଜ ହେବାକୁ ପୂରା ଘଣ୍ଟାଏ ଲାଗୁଛି । ଏହି ବାଇକରେ ଝଟକା ନଲାଗିବା ପାଇଁ ଶକ୍ଆବଜର୍ବର ଲଗାଯାଇଛି । ଏହାର ସ୍ପିଡ୍ କମ୍ ବେଶି କରିହେବ । ମାତ୍ର ୫ଟଙ୍କାରେ ୫୦ କିଲୋମିଟର ଯାଇହେବ । ଗୋ-କାର୍ଟ ବାଇକରେ ୧୨୦ କେଜି ଓଜନର ବ୍ୟକ୍ତି ବସିପାରିବେ । ଏଥିରେ ଇଞ୍ଜିନ ନଥିବାରୁ କୌଣସି ମେକାନିକାଲ ଖର୍ଚ୍ଚ ହେବନାହିଁ । ଏହାକୁ ନିର୍ମାଣ କରିବାକୁ ୨ ହଜାର ଟଙ୍କା ଖର୍ଚ୍ଚ ହେଉଛି ବୋଲି କହନ୍ତି ଆଦିତ୍ୟ କେସରିୟାୟ ଆଗକୁ ନୁହେଁ, ଗୋ-କାର୍ଟ ବାଇକ ବି ପଛକୁ ଚାଲିପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ