ଅଧପନ୍ତାରିଆ ରାସ୍ତା କାମ କୁ ସମ୍ପୁର୍ଣ୍ଣ କରିବା ନିମନ୍ତେ ଦାବି କଲେ ସାହିବାସିନ୍ଦା
ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ଏନଏସି ଅଧୀନସ୍ଥା ଦେବୀ ନଗର ତୃତୀୟ ଲାଇନ ର ରାସ୍ତା କାମ କୁ ତୁରନ୍ତ ଶେଷ କରିବା ନିମନ୍ତେ ସାହି ବାସିନ୍ଦା ମାନେ ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧୀକାରୀଙ୍କୁ ପୂର୍ବରୁ ଜଣାଇଆସିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୈାଣସି ସୁଫଳ ମିଳିନାହିଁ ବୋଲି ସାହିର ବାସିନ୍ଦା ତଥା ଋଷିକୂଲ୍ୟା ରୟତ ମହାସଭା ସମ୍ପାଦକ ସିମାଞ୍ଚଳ ନାହାକ ଏକ ପ୍ରେସ ବିବୃତି ଦ୍ୱାରା ଜଣାଇଛନ୍ତି । ସେମାନେ କହିବା ଅନୁସାରେ ଏନଏସି ଅନ୍ତର୍ଗତ ୧୩ନଂ ୱାର୍ଡର ଦେବୀନଗର ସାହି (ପୁରୁଣା ଫାୟର ଷ୍ଟେସନ୍ ସାହି ) ତଥା ଋଷିକୂଲ୍ୟା ରୟତ ମହାସଭା କାର୍ଯ୍ୟାଳୟ କୁ ଯାତାୟତ ସଂଯୋଗ କରୁଥିବା ରାସ୍ତାକାମ ଗତ ୪ ମାସ ହେଲା ଆରମ୍ଭ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ପରିପ୍ରେକ୍ଷୀରେ ଅଧାପନ୍ତରିଆ ଭାବେ ପଡିରହିଛି । ଫଳରେ ଲୋକମାନଙ୍କ ଯାତାୟତରେ ଅସୁବିଧା ହେବା ସହ ଋଷିକୂଲ୍ୟା ରୟତ ମହାସଭା କାର୍ଯ୍ୟାଳୟକୁ ଆସୁଥିବା ଚାଷୀ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମାନ୍ୟ ବର୍ଷାରେ ଗାଦୁଆ ହୋଇ ସେ ବାଟଦେଇ ଚାଲି ଚାଲି ଯିବା ଆସିବା କରିବାରେ ମଧ୍ୟ ଲୋକମାନେ ଅସୁବିଧା ରେ ଯାଉଛନ୍ତି । ତେଣୁ ଅଧପାନ୍ତରିଆ ରହିଥିବା ରାସ୍ତା କାର୍ଯ୍ୟକୁ ତୁରନ୍ତ ନିର୍ମାଣ କରି ସେଥିରେ ଡ୍ରେନେଜ ସୁବିଧା କରିବା ନିମନ୍ତେ ସାହି ବାସିନ୍ଦା ପକ୍ଷରୁ ଦାବି କରାଯାଇଛି ।


