ନାଭାଲ୍ ଏନ୍ ସି ସି ପକ୍ଷରୁ ଭାରତୀୟ ନୈ।ସେନା ଦିବସ ପାଳିତ
ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ରେ ନାଭାଲ୍ ଏନ୍ ସି ସି ତରଫରୁ ଭାରତୀୟ ନୈ।ସେନା ଦିବସ ପାଳନ କରାଯାଇଅଛି । ଏହି ଅବସରରେ ନାଭାଲ୍ ଏନ୍ ସି ସି କ୍ୟାଡେଟ୍ ମାନେ କୋଭିଡ -୧୯ ନିୟମ ମାନି ଭାରତୀୟ ନୈ।ସେନା ଦିବସ ବିଷୟରେ ବକୃତା ସଭା ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଦିବସର ଗୁରୁତ୍ୱ ବିଷୟରେ ଅଭିଭାଷଣ ରଖିଥିଲେ । ମହାବିଦ୍ୟାଳୟର ନାଭାଲ୍ ଏନ୍ ସି ସି ଦାୟିତ୍ୱରେ ଥିବା ସିଟିଓ ମନୋରଞ୍ଜନ ମହାରଣା ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମଟିକୁ ପରିଚାଳନା କରିବା ସହ ନାଭାଲ୍ କ୍ୟାଡେଟ୍ ମାନଙ୍କର ଏକ ସ୍ବଚ୍ଛତା ସମାବେଶରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ କ୍ୟାଡେଟ୍ ମାନେ ଛତ୍ରପୁର ଏନ୍ ଏ ସି ରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଓ ପାର୍କ ଗୁଡ଼ିକୁ ସଫା କରିଥିଲେ। ଆସନ୍ତା ୧୫ଦିନ ପର୍ଯ୍ୟନ୍ତ ଏନ୍ ସି ସି ନିର୍ଦ୍ଦେଶାଳୟର ନିର୍ଦ୍ଦେଶାନୁସାରେ ସ୍ବଚ୍ଛତା ପକ୍ଷ ପାଳନ ପୂର୍ବକ ବିଭିନ୍ନ ସଫେଇ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।


