ଅଧାରେ ଟି.ଏମ୍‌.ସି ପରିଚାଳନା ଖର୍ଚ୍ଚ ବିଲ୍‌

ବନ୍ତ, (ଚାନ୍ଦିନୀ ମହାନ୍ତି):ରାଜ୍ୟ ସରକାର କୋଭିଡ୍‌-୧୯ ମୁବାକିଲା ପାଇଁ ପ୍ରତି ପଞ୍ଚାୟତରେ ଟି.ଏମ୍‌.ସି(ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର) ଖୋଲିଛନ୍ତି । ପ୍ରତି ପଞ୍ଚାୟତର ଟି.ଏମ୍‌.ସି ପରିଚାଳନା ବାବଦ ୫ ଲକ୍ଷ ଲେଖାଏଁ ଅର୍ଥ ପ୍ରଦାନ କରିଥିଲେ । ଗତ ୧ମାସ ହେବ ବିଦ୍ୟାଳୟ ଗୁଡିକରେ ଖୋଲା ଯାଇଥିବା ଟି.ଏମ୍‌.ସି ଗୁଡିକୁ ବନ୍ଦ କରାଯାଇ ସ୍ପଳ୍ପ ସଂଖ୍ୟକ ପ୍ରବାସୀ ମାନଙ୍କ ପାଇଁ ହୋମ୍ କ୍ୱାରାଣ୍ଟାଇନ୍ ବ୍ୟବସ୍ଥା କରିଛନ୍ତି । ଏପରିପେକ୍ଷୀରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ୨୫ଟି ପଞ୍ଚାୟତରେ ଖୋଲା ଯାଇଥିବା ଟି.ଏମ୍‌.ସି ଗୁଡିକରେ ପରିଚାଳନା ଖର୍ଚ୍ଚ ବିଲ୍ ଅଧାରେ ପହଞ୍ôଚ ଥିବା ଜଣାଯାଇଛି । ସରକାର ଦେଇଥିବା ୫ ଲକ୍ଷ ଟଙ୍କାରେ ଶର୍ଯ୍ୟା କିଣିବା, ବେଡ୍ ସିଟ୍‌, ତକିଆ କିଣିବା, ଘର ରଙ୍ଗ କରିବା, ପାନୀୟ ଜଳ ଓ ବିଦ୍ୟୁତ୍ ବ୍ୟବସ୍ଥା କରିବା, ଫ୍ୟାନ୍‌, ଲାଇଟ୍‌, କ୍ୟାଣ୍ଟ ଲଗାଯିବା, ସାନିଟାଇଜର, ଇନଭର୍ଟର କିଣିବା, ପାଇଖାନା ତିଆରି ଆଦି ବିଭିନ୍ନ ଖର୍ଚ୍ଚ ରହିଥିବା ବେଳେ ଏଥିରେ ପ୍ରବାସୀଙ୍କ ଖାଇବା ଖର୍ଚ୍ଚ ରହିନାହିଁ । ମିଳିଥିବା ସୂଚନା ଅନୁଯାୟୀ ମହାନ୍ତିପଡା ଟି.ଏମ୍‌.ସିରେ ୩ ଲକ୍ଷ ୫ ହଜାର ଟଙ୍କା ପରିଚାଳନା ଖର୍ଚ୍ଚ ବିଲ୍ ହୋଇଥିବା ଜଣାଯାଇଛି । ଏଠାରେ ୫୦ ଜଣ ପ୍ରବାସୀ ରହିଥିବା ବେଳେ ୫୦ଟି ଶର୍ଯ୍ୟାର ବ୍ୟବସ୍ଥା କରାଯାଇଥିôଲା । ଏହି ଟି.ଏମ୍‌.ସିରେ ଗୋଟିଏ ବ୍ୟାଚ୍ ପ୍ରବାସୀ ରହିବା ପରେ ଏହାକୁ ବନ୍ଦ କରି ଦିଆଯାଇଥିଲା । ସେହିପରି କାଦବରାଙ୍ଗ ଟି.ଏମ୍‌.ସିରେ ୪ ଲକ୍ଷ ୫୦ ହଜାର ଟଙ୍କା ପରିଚାଳନା ଖର୍ଚ୍ଚ ବିଲ୍ ୩ଟି ପର୍ଯ୍ୟାୟରେ ହୋଇ ହୋଇଥିବା ଜଣାଯାଇଛି । ଏଠାରେ ୧୦୦ଟି ଶର୍ଯ୍ୟାର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରାୟ ୪ ଶହ ପ୍ରବାସୀ ଯିବାଆସିବା କରିଛନ୍ତି । ନିଳୋକ ଟି.ଏମ୍‌.ସିରେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୭୦ ହଜାର ଟଙ୍କାର ବିଲ୍ ହୋଇଛି । ଏହି ପଞ୍ଚାୟତରେ ଓଡିଶା ଆଦର୍ଶ ବିଦ୍ୟାଳୟ ଓ ନିଳୋକ ହାଇସ୍କୁଲରେ ୨ଟି ଶିବିର କରାଯାଇଥିଲା । ତେବେ ଏହି ୨ଟି ଟି.ଏମ୍‌.ସିରେ ୨୧୮ ଜଣ ପ୍ରବାସୀ ରହିଥିଲେ । ଏଠାରେ ପ୍ରଥମ ପର୍ଯ୍ୟାୟରେ ୫୦ ଓ ୨ୟ ପର୍ଯ୍ୟାୟରେ ୫୦ ଶର୍ଯ୍ୟାର ବ୍ୟବସ୍ଥା କରାଯାଇଥିଲା । ଆହୁରି ବିଲ୍ ବାକି ଥିବା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ଟିଲୋ ଟି.ଏମ୍‌.ସିରେ ୨ ଲକ୍ଷ ୩୦ ହଜାର ଟଙ୍କା ଖର୍ଚ୍ଚ ବିଲ୍ ହୋଇଛି । ଏଠାରେ ୯୦ଟି ଶର୍ଯ୍ୟାର ବ୍ୟବସ୍ଥା କରାଯାଇଥିବା ବେଳେ ୧୧୫ରୁ ୧୨୦ ଜଣ ପ୍ରବାସୀ ରହିଥିଲେ । ଗଣିଜାଙ୍ଗ ଟି.ଏମ୍‌.ସିରେ ୨ ଲକ୍ଷ ୫୦ ହଜାର ବିଲ୍ ହୋଇଛି । ଏଠାରେ ୧୦୦ଟି ଶର୍ଯ୍ୟାର ବ୍ୟବସ୍ଥା କରାଯାଇଥିବା ବେଳେ ୨୦୦ ପ୍ରବାସୀ ରହିଥିବା ସୂଚନା ମିଳିଛି । ଏହି ୨ଟି ଟି.ଏମ୍‌.ସିର ଖର୍ଚ୍ଚ ବିଲ୍ ଦେଢ ମାସ ପୂର୍ବରୁ ହୋଇଥିବା ପିଇଓ ସୂଚନା ଦେଇଛନ୍ତି । ଅବଶିଷ୍ଟ ଖର୍ଚ୍ଚ ବିଲ୍ ଜେଇଙ୍କ ପାଖକୁ ଯାଇଥିବା ସୂଚନା ମିଳିଛି । ତୋଡଗାଁ ପଞ୍ଚାୟତରେ ୨ଟି ଟି.ଏମ୍‌.ସି କରାଯାଇଥିଲା । ଏଠାରେ ୫୦ଟି ଶର୍ଯ୍ୟାର ବ୍ୟବସ୍ଥା କରାଯାଇଥିବା ବେଳେ ଅଧିକ ପ୍ରବାସୀ ମାନଙ୍କୁ ମ୍ୟାଟ୍ ଦିଆଯାଇଥିଲା । ଏଠାରେ ୨ଟି ଟି.ଏମ୍‌.ସି ବାବଦ ୩ ଲକ୍ଷ ୧୪ ହଜାର ବିଲ୍ ହୋଇଥିବା ଜଣାଯାଇଛି । ରାମପୁର ପଞ୍ଚାୟତରେ ୨ଟି ଟି.ଏମ୍‌.ସି କରାଯାଇଥିବା ବେଳେ ୮୫ ଜଣ ପ୍ରବାସୀ ରହିଥିଲେ । ସେମାନଙ୍କ ପାଇଁ ୫୦ଟି ଶର୍ଯ୍ୟାର ବ୍ୟବସ୍ଥା କରାଯାଇଥିଲା । ଅଧିକ ସଂଖ୍ୟକ ପ୍ରବାସୀ ଆସିବାରୁ ତାଙ୍କୁ ମ୍ୟାଟ୍ ପ୍ରଦାନ କରାଯାଇଥିଲା । ଏହି ଦୁଇ ଟି.ଏମ୍‌.ସି ବାବଦ ୩ ଲକ୍ଷ ୪୪ ହଜାର ବିଲ୍ ହୋଇଥିବା ଜଣାଯାଇଛି । ବନ୍ତ ଟି.ଏମ୍‌.ସିରେ ୩ ଲକ୍ଷ ୫୦ ହଜାର ବିଲ୍ ହୋଇଥିବା ଜଣାଯାଇଛି । ଏଠାରେ ୫୧ଟି ଶର୍ଯ୍ୟାର ବ୍ୟବସ୍ଥା କରାଯାଇଥିବା ବେଳେ ଅଧିକ ପ୍ରବାସୀଙ୍କୁ ମ୍ୟାଟ୍ ଦିଆଯାଇଥିଲା । ଛୟାଳସିଂ ଟି.ଏମ୍‌.ସିରେ ପ୍ରାୟ ୨ ଲକ୍ଷ ୫୦ ହଜାର ବିଲ୍ ହୋଇଥିବା ଜଣାଯାଇଛି । ଏଠାରେ ୭୫ଟି ଶର୍ଯ୍ୟାର ବ୍ୟବସ୍ଥା କରାଯାଇଥିବା ବେଳେ ୧୮୫ ଜଣ ପ୍ରବାସୀ ରହିଥିବା ସୂଚନା ମିଳିଛି । ପଧାନପଡା ଟି.ଏମ୍‌.ସିରେ ପ୍ରାୟ ୨ ଲକ୍ଷ ୫୦ ହଜାର ବିଲ୍ ହୋଇଥିବା ଜଣାଯାଇଛି । ଏଠାରେ ୧୦୦ଟି ଶର୍ଯ୍ୟାର ବ୍ୟବସ୍ଥା କରାଯାଇଥିବା ବେଳେ ୨୩୦ ଜଣ ପ୍ରବାସୀ ରହିଥିବା ଜଣାଯାଇଛି । ଏସଂପର୍କରେ ସହକାରୀ କନିଷ୍ଠ ଯନ୍ତ୍ରୀ ବଳରାମ ମହାନ୍ତିଙ୍କୁ ପଚାରିବାରୁ ବିଲ୍ କେହି କରିନଥିବା କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ