ଅନିଶ୍ଚିତ ଅବସ୍ଥାରେ ତିନି ପ୍ରମୂଖ ଦଳ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ) : ବ୍ଲକର ୭୬ଟି ବୁଥରେ ୬୮ ହଜାର ୫୮୫ ଜନ ମତଦାତା ମତଦାନ ସାବ୍ୟସ୍ତ କରିବେ । ଏହି ବ୍ଲକଟି ସିମା ନିର୍ଧାରଣ ପରେ ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ରହିଛି ।ଏଥିରେ ଦୁଇଟି ସାଧାରଣ ନିର୍ବାଚନ ଶେଷ ହୋଇଛି । ଯାହା ମଧ୍ୟରେ ନାଉଗାଁ ବ୍ଳକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିବା ଜଣାଯାଇଛି । ସିମା ନିର୍ଧାରଣ ପରେ ପ୍ରଥମ କରି ୨୦୦୯ ନିର୍ବାଚନରେ ନାଉଗାଁ ବ୍ଳକ ବିଜେଡି ଦଳକୁ ୧୩ ଶହରୁ ଉର୍ଦ୍ଧ ଭୋଟ ଦେଇଥିଲା । ଯାହାକି ବିଜେଡି ମଧ୍ୟ ବିଜୟ ଲାଭ କରିଥିଲା । ଏହା ପରେ ୨୦୧୪ ନିର୍ବାଚନରେ ଉକ୍ତ ବ୍ଲକରୁ କଂଗ୍ରେସ ପ୍ରାର୍ଥୀ ଚିରଂଜୀବ ବିଶ୍ୱାଳଙ୍କୁ ୨ହଜାର ୯୭୦ ଖଣ୍ଡ ଭୋଟ ଅଧିକ ଯାଇଥିଲା । ଫଳରେ ଚିରଂଜୀବ ୨ହଜାର ୮୮୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ବିଷ୍ଣୁ ଦାସଙ୍କୁ ହରାଇଥିଲେ । ଏହାପରେ ୨୦୧୭ରେ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ନାଉଗାଁ ବ୍ଳକର ୨ଟି ଜିଲ୍ଲା ପରିଷଦ ଜୋନରେ ତିନି ପ୍ରମୂଖ ଦଳ କଂଗ୍ରେସ, ବିଜେଡି ଓ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା । ଏହି ଦୁଇଟି ଜୋନରେ ମୋଟ ୫୩ ହଜାର ୭୨୩ ଜଣ ମତଦାତା ମତ ସାବ୍ୟସ୍ତ କରିଥିବା ବେଳେ ତିନି ପ୍ରମୂଖ ଦଳ ମଧ୍ୟରୁ ବିଜେଡି ୨୨ହଜାର ୨୦୪ ଖଣ୍ଡ, କଂଗ୍ରେସ ୧୮ ହଜାର ୬୧୧ ଓ ବିଜେପି ୧୦ହଜାର ୧୨୯ ଖଣ୍ଡ ଭୋଟ ପାଇଥିଲେ । କିନ୍ତୁ ଉକ୍ତ ନିର୍ବାଚନ ଅଦ୍ୟାବଧି ଦୁଇ ବର୍ଷ ଅତିବାହିତ ହୋଇଯାଇଛି । ଆଉ ୭ଦିନ ପରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । କିନ୍ତୁ ଏହା ମଧ୍ୟରେ ପ୍ରତ୍ୟେକ ଦିନ ପ୍ରମୂଖ ତିନି ମଧ୍ୟରେ ଦଳ ଡିଆଁ କାର‌୍ୟ୍ୟକ୍ରମ ଚାଲୁଥିବା ଦେଖିବାକୁ ମିଳୁଛି । ଯାହାଫଳରେ ତିନି ଦଳର ବିଧାୟକ ପ୍ରାର୍ଥୀଙ୍କ ସମେତ ଦଳୀୟ କର୍ମୀମାନେ ଅନିଶ୍ଚିତ ଅବସ୍ଥାରେ ଗତି କରୁଥିବା ଆଲୋଚନା ହେଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବର୍ତମାନ ଜଗତସିଂହପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ଦୁଇ ଥର ବାଲିକୁଦା-ଏରସମାର ବିଧାୟକ ଭାବେ ଥିଲେ ଓ ସେଠାରେ ନିଜର ଦଳୀୟ ସଂଗଠନକୁ ରଖିଥିଲେ । କିନ୍ତୁ ଦଳର ସୁପ୍ରିମୋ ତାଙ୍କୁ ଜଗତସିଂହପୁରରୁ ପ୍ରାର୍ଥୀ ଭାବେ ଘୋଷାଣ କରିବା ପରେ ଅନ୍ୟ ଆଶ୍ରାୟୀ ପ୍ରାର୍ଥୀମାନେ ମୁହଁ ଖୋଲି ନଥିବା ବେଳେ ଜଗତସିଂହପୁର ବିଜେଡି ସଂଗଠନରେ ଜଡିତ ଥିବା ଆଶ୍ରୟୀ ପ୍ରାର୍ଥୀ ଅମରେନ୍ଦ୍ର ଦାସଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଯାହାଫଳରେ ଅମରେନ୍ଦ୍ର ସମର୍ଥକଙ୍କ ଦ୍ୱାରା ପ୍ରଶାନ୍ତଙ୍କୁ ଜଗତସିଂହପୁରରେ ବିରୋଧ କରାଯିବା ସହିତ କଳାପତାକା ଦେଖାଇ ବିରୋଧ କରାଯାଇଥିଲା । ଏପରିକି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ବି ହୋଇଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଦଳର ସୁପ୍ରିମୋଙ୍କ ଦ୍ୱାରା ଅମରେନ୍ଦ୍ରଙ୍କୁ ବୁଝାସୁଝା କରାଯାଇ ଜିଲ୍ଲାର ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଅନ୍ୟପକ୍ଷରେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ସମୟ ଧରୀ ଦଳୀୟ ସଂଗଠନରେ ନଥିବା କିଛି ଦଳୀୟ କର୍ମୀ ପ୍ରଶାନ୍ତ ପ୍ରାର୍ଥୀ ହେବା ପରେ ନିଜକୁ ବଡ ସଂଗଠକ ଭାବେ ପରିଚୟ ଦେଇ ପାଇଁ ପ୍ରଶାନ୍ତ ପାଖରେ ଡେରା ପକାଉଛନ୍ତି । ଏପରିକି ଦଳୀୟ କାର‌୍ୟ୍ୟ କିପରି କରାଯିବ ପ୍ରଶାନ୍ତ ସହିତ ଆଲୋଚନାରେ ସାମିଲ ହେଉଛନ୍ତି । ଦୀର୍ଘଦିନ ଧରି ଦଳୀୟ ସଂଗଠନ ସହିତ ଜଡିତ ଥିବା ଦଳୀୟ କର୍ମୀମାନେ ଏହା ଦେଖି ଅସନ୍ତୋଷ ପ୍ରକାଶ କରିବା ସହିତ ନୀରବ ଦ୍ରଷ୍ଟା ସାଜୁଥିବା ଚର୍ଚ୍ଚା ହେଉଛି । ଯାହାକୁ ନେଇ ନାଉଗାଁ ପାଇଁ ପ୍ରଶାନ୍ତ ଚିନ୍ତାରେ ଥିବା ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ