ଅନୁଭବଙ୍କ ବିରୋଧରେ ପୁଣି ଅଭିଯୋଗ
ଭୁବନେଶ୍ୱର, (ୱାଇଏନ୍ଏସ୍): ଓଲିଉଡର ଚର୍ଚ୍ଚିତ ଦମ୍ପତି ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତିଙ୍କ ମଧ୍ୟରେ ବୈବାହିକ ବିବାଦ ଚାଲିଥିବା ବେଳେ ସେ ପୁଣି ଥରେ ସ୍ୱାମୀ ଏବଂ ଶାଶୁଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ବୁଧବାର ଦିନ ପୁରୀଘାଟ ଥାନାରେ ବର୍ଷା ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ଅନୁଭବ ଏବଂ ତାଙ୍କ ପରିବାର ସଦସ୍ୟ ସେ ରହୁଥିବା ରୁମର ବିଦ୍ୟୁତ ସଂଯୋଗ କାଟି ଦେଇଛନ୍ତି। ଯେଉଁଥିପାଇଁ ସେ ଏସି, ଟିଭି ଏବଂ ୱାଟର ପ୍ୟୁରିଫାୟର୍ ଆଦି ବ୍ୟବହାର କରିପାରୁନାହାନ୍ତି।ତେବେ ସେ ଏନେଇ ଗଣମାଧ୍ୟମରେ ତାଙ୍କ ଅଭିଯୋଗ ସମ୍ପର୍କରେ ତଥ୍ୟ ଦେବାକୁ ମନା କରି ଦେଇଛନ୍ତି।


