‘ସୁପୁତ୍ର’ ଅନୁଷ୍ଠାନ ତରଫରୁ ସଡକ ସୁରକ୍ଷା ସଚେତନ ରଥ ପରିକ୍ରମା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଭାରତ ସରକାରଙ୍କ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଆନୁକୁଲ୍ୟରେ ଗଜପତି ଜିଲ୍ଲାର ପ୍ରମୁଖ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ସୁପୁତ୍ର” ସହଯୋଗରେ ଆଜି ଜାତୀୟ ସଡକ ସୁରକ୍ଷା ଦିବସ ପାଳନ କରାଯାଇଛି । ଏହି ଅବସରରେ ସଡକ ସୁରକ୍ଷା ପାଇଁ ଗଜପତି ଜିଲ୍ଲାବାସୀଙ୍କୁ ସଚେତନ କରିବାପାଇଁ ଏକ ସଚେତନ ରଥ ଆଜି ଉଦ୍‌ଘାଟନ ହୋଇଛି । ଗଜପତି ଜିଲ୍ଲାର ମୋଟ ୭ଗୋଟି ବ୍ଲକ ଯଥା ମୋହନା, ଆର୍‌.ଉଦୟଗରି, ନୂଆଗଡ, ରାୟଗଡ, ଗୋଷାଣୀ, ଗୁମ୍ମା, କାଶୀନଗର ଆଦି ସହ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଓ କାଶୀନଗର ଏନ୍‌.ଏ.ସି.ରେ ଏହି ରଥଟି ପରିକ୍ରମା କରି ଜନସାଧାରଣଙ୍କୁ ସଡକ ସୁରକ୍ଷା ପାଇଁ ସଚେତନ ବାର୍ତ୍ତା ଦେବା ପାଇଁ ଆଜି ଠାରୁ ଏହି ରଥ ପାରଳାଖେମୁଣ୍ଡି ଠାରୁ ପରିକ୍ରମା ଆରମ୍ଭ କରିଛି । ପାରଳାଖେମୁଣ୍ଡି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ଉତ୍ସବରେ ଏହି ସଚେତନ ରଥକୁ ପୋଲିସ ଏସ୍‌ଡିପିଓ ରାମକୃଷ୍ଣପତି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ପରିବହନ ବିଭାଗର ଯାନବାହାନ ନିରୀକ୍ଷକ ବସନ୍ତ କୁମାର ମହାପାତ୍ର, ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ପ୍ରମୁଖ ଅନ୍ୟତମ ଅତିଥିଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସୁପୁତ୍ର ଅନୁଷ୍ଠାନର ଜିଲ୍ଲା ସଂଯୋଜକ ସୀତାକାନ୍ତ ଦାସ ଓ ବିଷ୍ଣୁପଦ ମିଶ୍ର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ