ଅନୁଷ୍ଠାନପ୍ରେମୀ ନୃସିଂହ ପଣ୍ଡାଙ୍କ ପରଲୋକ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ସାହାଡାପଲ୍ଲୀ ଗ୍ରାମର ଅନୁଷ୍ଠାନପ୍ରେମୀ ନୃସିଂହ ଚରଣ ପଣ୍ଡା(୬୬)ଙ୍କର ସୋମବାର ସକାଳେ ପରଲୋକ ଘଟିଛି । ଗତ କିଛି ମାସ ହେବ ସେ ମଧୁମେୟ ରୋଗରେ ପିଡିତ ଥାଇ ଚିକିତ୍ସାଧିନ ଥିଲେ । ସୋମବାର ସକାଳ ୭ଟା ବେଳେ ହଠାତ୍ ତାଙ୍କର ଉଚ୍ଚ ରକ୍ତଚାପ ଯୋଗୁ ପରଲୋକ ଘଟିଥିଲା । ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଦାହ କରାଯାଇଥିଲା । ମଧ୍ୟମ ପୁତ୍ର ଅଜୟ ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ସାନବାପା, ପୁଅ, ପୁତୁରା, ଝିଅ, ଝିଆରୀ, ବୋହୁ, ପୁତୁରାବୋହୁ, ନାତିନାତୁଣୀଙ୍କ ସମେତ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ଖବର ପାଇ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ସୁବ୍ରତ ଦାସ, ୧୬ନଂ.ଜୋନ୍ ସଭାପତି ନିରଞ୍ଜନ ମଲ୍ଲିକ, ପ୍ରାକ୍ତନ ରାଜ୍ୟ ଓଷ୍ଟା କୋଷାଧ୍ୟକ୍ଷ ରଘୁନାଥ ସାହୁ, ଅବସରପ୍ରାପ୍ତ ଶିକ୍ଷକ ଗୌରାଙ୍ଗ ମହାନ୍ତି, ଶିକ୍ଷକ ସୁଧାକର ପଣ୍ଡା, ସନାତନ ନାୟକ, ବଉଳାଶୁଣୀ ଯାତ୍ରା କମିଟିର ସଭ୍ୟ ହରି ନାରାୟଣ ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ôଚ ଶେଷ ଦର୍ଶନ କରିଥିଲେ । ସେ ଜଣେ ମିଷ୍ଠଭାଷୀ, ମେଳାପୀ, ପରୋପକାରୀ, ଧର୍ମପରାୟଣ, ନ୍ୟାୟବନ୍ତ ତଥା ସମାଜସେବୀ ଥିଲେ । ନିଳୋକ ହାଇସ୍କୁଲରେ ସେ ଦୀର୍ଘ ୧୦ ବର୍ଷ ଧରି ପରିଚାଳନା କମିଟିର ସଦସ୍ୟ ରହିଥିଲେ । ତାଙ୍କରି ପ୍ରଚେଷ୍ଟାରେ ବେଗନା ମଧ୍ୟ ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଗତ ୧୯୯୫ ମସିହା ଠାରୁ ଅଦ୍ୟାବଧି ସେ ନିଳୋକ ମା’ବଉଳାଶୁଣୀ ଯାତ୍ରା କମିଟିର ସ୍ଥାୟୀ ସଭାପତି ଦାୟୀତ୍ୱ ତୁଲାଇ ଆସୁଥିଲେ । ତାଙ୍କ ମୃତୁୁ୍ୟରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ