ଅନ୍ତଃ ରାଜ୍ୟ କବାଡି ଚମ୍ପିୟାନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ବୁଗୁଡା, (ଅନିଲ କୁମାର ମହାରଣା):ବିଶ୍ୱବିଦ୍ୟାଳୟ ସ୍ତରୀୟ ଅନ୍ତଃ ରାଜ୍ୟ ମହିଳା ଓ ପୁରୁଷ ବିଭାଗ କବାଡି ଟୁର୍ଣ୍ଣାମେଣ୍ଟରେ ସମଗ୍ର ଦେଶରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଚମ୍ପିୟାନ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ +୩ ମହିଳା ବିଭାଗରେ ୬ ଜଣ ଓ ପୁରୁଷ ବିଭାଗରେ ୩ ଜଣ ବୁଗୁଡା ପିପୁଲସ କଲେଜ ଛାତ୍ରଛାତ୍ରୀ ଅଟନ୍ତି। ପିପୁଲସ କଲେଜରେ ଏହି ୯ ଜଣ ଚମ୍ପିୟାନ ଛାତ୍ରଛାତ୍ରୀଙ୍କୁ ଏକ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ପରିଚାଳନା ପରିଷଦ ସଭାପତି ରଜନୀକାନ୍ତ ଭଟ୍ଟ ଯୋଗଦେଇ ପିପୁଲସ କଲେଜ ପାଇଁ ଗୌରବ ଆଣିଥିବା ୯ ଜଣ କ୍ରୀଡ଼ାବିତ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ପି.କେ.ଦାସ, ଦିଲ୍ଲୀପ କୁମାର ସେଠୀ ଓ କ୍ରିଷ୍ଣା ମଣ୍ଡଳ, ପିଇଟି କୃଷ୍ଣ ରାଓ ପାତ୍ର ଓ ଏମ.ଏସ.ଦୋରା ମଞ୍ଚାସୀନ ଥିଲେ। ଅଧ୍ୟାପକ ଆତ୍ମ ପ୍ରକାଶ ନାୟକ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। କଲେଜର ସ୍ପୋର୍ଟସ ଆସୋସିଏସନ ଉପସଭାପତି ଅଧ୍ୟାପକ ସୁଶାନ୍ତ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମହିଳା ବିଭାଗରେ ଚମ୍ପିୟାନ ହୋଇଥିବା ଲିଜା ବେହେରା, ଲିମା ବେହେରା, ସନ୍ତୋଷିନୀ ନାୟକ, କେ.ରୋଜା ପାତ୍ର, ଶର୍ମିଳା ସ୍ୱାଇଁ ଓ ଅର୍ପିତା ସେଠୀ ଏବଂ ପୁରୁଷ ବିଭାଗରେ ଚମ୍ପିୟାନ ହୋଇଥିବା ଏମ.ଶ୍ରୀନିବାସ ଦୋରା, ଶୁଭଙ୍କର ଗୌଡ଼ ଓ ବିଭୁ ପ୍ରସାଦ ବେହେରା ମୋଟ ୯ ଜଣ ଛାତ୍ରଛାତ୍ରୀଙ୍କୁ କଲେଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ