ବିଶିଷ୍ଟ ଭେଷଜ ବିଶାରଦ ଡ. କମଳାକାନ୍ତ କରଙ୍କ ଦ୍ୱାଦଶାହ ଅବସରରେ ‘ସାଉଁଟା ସ୍ମୃତି’ ଉନ୍ମୋଚିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର ୟୁନିଟ୍-୮ସ୍ଥିତ ଇସ୍କନ ଗୁଣ୍ଡିଚା ମନ୍ଦିରଠାରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭେଷଜ ବିଶାରଦ ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ମହାନ୍ ବ୍ୟକ୍ତିତ୍ୱ, ସମାଜସେବୀ ଡ. କମଳାକାନ୍ତ କରଙ୍କ ଦ୍ୱାଦଶାହ ଅବସରରେ ଡ. କରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରିବା ସହିତ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ‘ସାଉଁଟା ସ୍ମୃତି’ ପୁସ୍ତକ ଲୋକାର୍ପଣ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଗ୍ମୀ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ସମ୍ମାନିିତ ଅତିଥି ଭାବେ ଡ. ଚତୁର୍ଭୁଜ ନାୟକ, ଡ. ଭାବଗ୍ରାହୀ ପତ୍ରୀ, ଶୋଭନ କର, ସାରଦା ପ୍ରସାଦ କର, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସଂଯୋଜକ ନାରାୟଣ ଚନ୍ଦ୍ର ଓଝା ପ୍ରମୁଖ ଯୋଗଦେଇ ତାଙ୍କ ହୋମିଓପାଥିକ ଚିକିତ୍ସା, ସମାଜସେବା ତଥା ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅସହାୟ, ଅଭାବୀ ବ୍ୟକ୍ତିମାନଙ୍କ ସମସ୍ୟାକୁ ସମାଧାନ କରିବାରେ ସେ ଥିଲେ ସିଦ୍ଧହସ୍ତ । ଏପରି ବହୁମୁଖୀ ବ୍ୟକ୍ତିତ୍ୱ ସମାଜରେ ବିରଳ ଏବଂ ଆଜିର ଯୁବପିଢି ଡ. କରଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ତାହା ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞଳି ହେବ ବୋଲି ଅତିଥିମାନେ ମତପୋଷଣ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।


