ଅନ୍ୟମାନଙ୍କ ପାଇଁ ସନ୍ତାନ ପ୍ରସବ କରନ୍ତି ମହିଳା
ବିବାହ ପରେ ସନ୍ତାନଟିଏ ପାଇଁ ସମସ୍ତଙ୍କର ଇଚ୍ଛା ରହିଥାଏ । ହେଲେ କେତେକ କାରଣ ପାଇଁ କେତେ ଜଣ ଦମ୍ପତି ଏହି ସୁଖରୁ ବଞ୍ଚିତ ହୋଇଥାଆନ୍ତି । ମେକ୍ସିକୋରେ ଥିବା ଏକ ଏଜେନ୍ସି ଏବେ ଏହି ସନ୍ତାନ ନ ଥିବା ଦମ୍ପତିଙ୍କୁ ସନ୍ତାନ ଯୋଗାଇ ଦେବାରେ ସାହାଯ୍ୟ କରୁଛି । ଅର୍ଥାତ୍ ହର୍ନିଡେଜ ରିସର୍ଟସ ନାମକ ଏକ ସରୋଗେସି ସଂସ୍ଥା ମାଧ୍ୟମରେ ଅନେକ ଦମ୍ପତି ମାଆବାପା ହେବାର ସୌଭାଗ୍ୟ ପାଇପାରୁଛନ୍ତି । ଏଠାରେ ଥିବା ୨୨ରୁ ୩୨ ବର୍ଷୀୟା ମହିଳାମାନେ ସରୋଗେସି ମାଧ୍ୟମରେ ଅନ୍ୟର ସନ୍ତାନଙ୍କୁ ପ୍ରସବ କରି ଲକ୍ଷାଧିକ ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି । ତେବେ ଉକ୍ତ ସଂସ୍ଥା ବେଳେବେଳେ ଗ୍ରାହକଙ୍କଠାରୁ ୫୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଆଣୁଥିବାବେଳେ ସରୋଗେସି ମଦରଙ୍କୁ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଦେଇଥାଏ । କେବଳ ସେତିକି ନୁହେଁ, ଏହି ମହିଳାମାନେ ଗର୍ଭଧାରଣ କରିବା ପରେ ୯ ମାସ ପର୍ଯ୍ୟନ୍ତ ସେମାନଙ୍କର ସମସ୍ତ ଖର୍ଚ୍ଚ ଉକ୍ତ ଦମ୍ପତି ବହନ କରିଥାଆନ୍ତି । ଏହି ସରୋଗେସି ମା’ମାନଙ୍କ କହିବା କଥା ହେଲା ଯଦି ସେମାନେ ଏ କାମ ନ କରିବେ ତେବେ ସେମାନଙ୍କୁ ଦେହଜୀବୀ ହେବାକୁ ପଡ଼ିବ । ତେଣୁ ଦେହଜୀବୀ ଅପେକ୍ଷା ଏହା ଭଲ ବୋଲି ସେମାନେ ମତ ଦିଅନ୍ତି ।


