ଗୁମ୍ମା ବ୍ଲକରେ ମନୋନୀତ ଅନୁସୂଚିତ ଜନଜାତି ପ୍ରତିନିଧିଙ୍କ ଦକ୍ଷତା ବିକାଶ ତାଲିମ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦଭାବନା ସଭା ଗୃହରେ ବୁଧବାର ସରକାରଙ୍କ ଦ୍ଵାରା ଅନୁସୂଚିତ ଜନଜାତି ଲୋକ ପ୍ରତିନିଧିଙ୍କ ଦକ୍ଷତା ବିକାଶ ତାଲିମ ଅନୁଷ୍ଠିତ ହୋଇଥିଲା । ଏହି ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଅନୁପ ଅଭିଷେଖ ବେହେରା ଓ ବ୍ଲକ ଅଧକ୍ଷା ଗୀତାଞ୍ଜଳି ଭୂୟାଁ ଯୋଗ ଦେଇ ପ୍ରଦୀପ ପ୍ରଯୋହ୍ୱଳନ କରିଥିଲେ । ଏହି ତାଲିମର ମୂଳ ଲକ୍ଷ୍ୟ ହେଉଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସାଧାରଣ ଲୋକଙ୍କ ସହିତ ପ୍ରତି ସମୟରେ ଲୋକ ପ୍ରତିନିଧି ମାନେ ସରପଞ୍ଚ ଓ ୱାର୍ଡ ମେମ୍ବର ରହିଥିବା ବେଳେ । ସାଧାରଣତଃ ଲୋକେ ସରକାରୀ ଯୋଜନା ବିଷୟରେ ଜାଣି ପାରନ୍ତି ନାହିଁ । ଏଣୁ ଲୋକ ପ୍ରତିନିଧି ମାନଙ୍କ ଜରିଆରେ ପଞ୍ଚାୟତ ସ୍ତରରେ ଏବଂ ଗ୍ରାମାଞ୍ଚଳରେ ସଠିକ ଯୋଜନାକୁ ସଠିକ ଭାବରେ ପହଁଚି ବାସହ ପ୍ରୋଜେକ୍ଟୋର ମାଧ୍ୟମରେ ପ୍ରତିନିଧି ମାନଙ୍କୁ ବିଡ଼ିଓ ଦେଖାଇଥିଲେ। ଯେପରି ସ୍ପଷ୍ଟ ଭାବରେ ବୁଝିବା ସହ ସାଧାରଣ ଲୋକଙ୍କୁ ବୁଜେଇ ପାରିବେ । ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରହିଥିବା ବେଳେ ଅନୁସୂଚିତ ଜନଜାତି ପାଇଁ ୫୦% ଓ ଅଧକ୍ଷା ପଦ ଅନୁସୂଚିତ ଜନଜାତି ମହିଳା ରହିଛି ତେଣୁ ଗ୍ରାମାଞ୍ଚଳରେ ଏସବୁ ବିଷୟରେ ଜାଣିବା ନିମନ୍ତେ ଏହି ଶିବିର ଆୟୋଜନ କରାଯାଇଛି । ସେହି ପରି ଗୁମ୍ମା ବ୍ଲକର ଅତିରିକ୍ତ ଜିପିଓ ନରସିଂହ ମିଶ୍ରଙ୍କ ସମେତ ପ୍ରତେକ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ୱାର୍ଡ ମେମ୍ବର ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ବ୍ଲକ ମୋଗଳ ଅଧିକାରୀ ମନୋଜ କୁମାର ସାହୁ, ମାର୍ଥନ ଲିମ୍ମା, ଉପେନ୍ଦ୍ର ମାଛ, ଅସମତ ପାଣି ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ