ଅବକାରୀ ମୋବାଇଲ ସ୍କ୍ୱାର୍ଡ ଚଢାଉ୨ ଗିରଫ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଜିଲ୍ଲା ଅବକାରୀ ଅଧିକ୍ଷିକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ଇନିସପେକ୍ଟର ପଦ୍ମ ଚରଣ ସାହୁଙ୍କ ତତ୍ୱାବଧାନରେ ଅବକାରୀ ମୋବାଇଲ ସ୍କ୍ୱାର୍ଡ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ପାରଳାଖେମୁଣ୍ଡ ଜାଗିଲି ସାହିର ସୋଲମନ ନାୟକ ଏକ ମୋଟର ସାଇକେଲରେ ୨୦ ଲିଟର ଦେଶୀ ରନ୍ଧାମଦ ଚାଲାଣ କରୁଥିବା ବେଳେ ଅବକାରୀ ମୋବାଇଲ ସ୍କ୍ୱାର୍ଡ ଚଢାଉ କରି ମୋଟର ସାଇକେଲ ଓ ମଦକୁ ଜବତ କରି ଆସାମୀକୁ ଗିରଫ କରିଛନ୍ତି । ସେହିପରି ଜାଗିଲି ସାହିର ଏନ୍‌.ଚିଟିବାବୁଙ୍କ ଠାରୁ ୮ ଲିଟର ଦେଶୀ ରନ୍ଧାମଦ ସହ ୧୫୦୦ ଲିଟର ମହୁଲି ପୋଚ ଓ ବିଭିନ୍ନ ମଦ ରନ୍ଧା ସାମଗ୍ରୀ ଜବତ କରାଯାଇଛି । ଏଗୁଡିକର ମୁଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ସୁଚନା ଦିଆଯାଇଛି । ଏହି ଚଢାଉରେ ମୋବାଇଲ ସ୍କ୍ୱାର୍ଡର ଏସଆଇ ଚନ୍ଦ୍ରଶେଖର ପଡିଆରି,ଏଏସଆଇ କିଶୋର ଚନ୍ଦ୍ର ରଥ,ଭାଗିରଥୀ ଜେନା ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ