ଝୁଲନ୍ତା ମୁଣ୍ଡରୁ ଦେହ ଅଲଗା ହୋଇ ତଳେ ପଡିଥିବା ମୃତ ଦେହ ଉଦ୍ଧାର

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ମୋହନା ପୋଲିସ ଝୁଲନ୍ତା ମୁଣ୍ଡରୁ ଦେହ ଅଲଗା ହୋଇ ପଚାସଢା ଅବସ୍ଥାରେ ତଳେ ପଡିଥିବା ଏକ ମୃତ ଦେହ ଉଦ୍ଧାର କରିଥିବା ସୁଚନା ମିଳିଛି । ଏହି ଘଟଣା ନେଇ ମୋହନା ଥାନା ଆଇଆଇସି ସୁଜିତ କୁମାର ନାୟକ ସୁଚନା ଦେଇଛନ୍ତି,ମୋହନା ଠାରୁ ୭କିମି ଦୁରରେ ଥିବା ମୁକ୍ତିନଗର ଗ୍ରାମର ଜିସାୟ ନାୟକ ଗତ ୨୨ଦିନ ତଳେ ନିଜ ସ୍ତ୍ରୀ ସହିତ କୌଣସି କାରଣରୁ କଳହ କରି କ୍ରୋଧରେ ଘର ଛାଡି ଚାଲି ଯାଇଥିଲେ । ସେହି ଦିନ ଠାରୁ ସେ ଘରକୁ ଫେରି ନ ଥିଲେ । ମୋହନା ଥାନାର ଖାରିକୁଟି ପାହାଡ ଅଞ୍ଚଳରେ ଅତ୍ୟଧିକ ପଚାସଢା ଗନ୍ଧ ହେବା ଯୋଗୁଁ ଲୋକଙ୍କ ନଜରରେ ଶରୀର ଅଲଗା ହୋଇ ଏକ ଝୁଲନ୍ତା ମୁଣ୍ଡ ଜଙ୍ଗଲରେ ଝୁଲୁ ଥିବାର ଦେଖାଦେଇଥିଲା । ମୋହନା ପୋଲିସକୁ ଲୋକେ ଏହି ସୁଚନା ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ôଚଥିଲେ । ମୁକ୍ତିନଗର ଗ୍ରାମର କିଛି ଲୋକଙ୍କ ଦ୍ୱାରା ଶରୀର ଅଲଗା ହୋଇ ଝୁଲୁଥିବା ମୁଣ୍ଡଟି ନିଖୋଜ ଜିସାୟ ନାୟକର ବୋଲି ପୋଲିସ ଜାଣିଥିଲେ । ପୋଲିସ ଝୁଲୁଥିବା ମୁଣ୍ଡ ସହ ତଳେ ପଡିଥିବା ପଚାସଢା ଶରୀରକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଦେଇଛନ୍ତି । ଘଟଣା ସ୍ଥଳରୁ ଏକ ହଳ ଜୋତା,ଏକ ବ୍ୟାଗ ଏବଂ ଫାଶିରେ ବ୍ୟବହୃତ ଏକ ବେଲ୍ଟକୁ ପୋଲିସ ଜବତ କରିଛି । ଜିସାୟ ନାୟକ ଫାଶି ହୋଇ ମୃତ୍ୟୁ ବରଣ କରିଥିବା ମୋହନା ପୋଲିସ ସୁଚନା ଦେଇଛନ୍ତି । ଥାନାରେ ଏ ନେଇ କେସ ନଂ ୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ଥିବା ପୋଲିସ ଜଣାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ