ପି.ଏମ୍‌.ଜି.କେ.ଏ.ୱାଇ ଯୋଜନାରେ ରାସନକାର୍ଡଧାରୀଙ୍କୁ କେବେ ମିଳିବ ଡାଲି?

ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ଲକ୍ ଡାଉନ୍ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାସନକାର୍ଡଧାରୀଙ୍କୁ ମୁଣ୍ଡ ପିଛା ୫କିଗ୍ରା କରି ୩ ମାସର ୧୫କିଗ୍ରା ଚାଉଳ ସହ ପ୍ରତି କାର୍ଡ ପିଛା ୧ କିଗ୍ରା ଡାଲି ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ଏପରିସ୍ଥଳେ ଭଦ୍ରକ ଜିଲା ବନ୍ତ ବ୍ଳକରେ ରାଶନକାର୍ଡଧାରୀ ମାନଙ୍କୁ କେବଳ ଚାଉଳ ମିଳୁଥିବା ବେଳେ ଡାଲି ମିଳିବାରେ ବିଳମ୍ବ ଦେଖାଯାଇଛି । ଉଲ୍ଲେଖ ଯେ, ବନ୍ତ ବ୍ଲକରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨୬ ହଜାର ୪ ଶହ ୧୬, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୫୩୮, ଅନ୍ତର୍ଦ୍ଦ୍ୟୋୟ ଯୋଜନାରେ ୪ ହଜାର ୭ ଶହ ୯ ଏବଂ ଏଚ୍‌.ଆର.ଏମ୍‌.ଏସ୍ ଯୋଜନାରେ ୪୦ ଜଣ ହିତାଧିକାରୀ ଅନ୍ତର୍ଭୁକ୍ତ ଅଛନ୍ତି । ଏସମସ୍ତ ହିତାଧିକାରୀ ମାନଙ୍କୁ ପୂର୍ବରୁ ୩ ମାସର ଚାଉଳ, ଗହମ ପ୍ରଦାନ କରାଯାଇଥିବା ବେଳେ ଏବେ ପି.ଏମ୍‌.ଜି.କେ.ଏ.ୱାଇ ଯୋଜନାରେ ୩ ମାସ ପାଇଁ ଚାଉଳ ପ୍ରଦାନ କରାଯାଇଛି । ଗତ ଏପ୍ରିଲ ଠାରୁ ବ୍ଲକର ବିଭିନ୍ନ ପଞ୍ଚାୟତରେ ଚାଉଳ ବଣ୍ଟନ ପ୍ରକ୍ରିୟା ଚାଲିଥିବା ବେଳେ ହିତାଧିକାରୀ ମାନଙ୍କୁ ଡାଲି ପ୍ରଦାନ କରାଯାଇ ନଥିବା ଦେଖାଯାଇଛି । ବନ୍ତ ବ୍ଲକକୁ ଅଦ୍ୟାବଧି ଡାଲି ଆସିନଥିବା କଥା ଯୋଗାଣ ବିଭାଗ କହିଛି । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ଡାଲି ଲୋକ ମାନଙ୍କୁ କେବେ ମିଳିବ ସେନେଇ ହିତାଧିକାରୀ ମାନେ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ