ଅବସରପ୍ରାପ୍ତ ବିଦ୍ୟାଳୟ ନିରୀକ୍ଷକ ଜ୍ଞାନେନ୍ଦ୍ର ଚୌଧୁରୀଙ୍କ ଦେହାନ୍ତରେ ରାଇରଙ୍ଗପୁରରେ ଶୋକରେ ଛାୟା

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଅଂଚଳର ଅବସରପ୍ରାପ୍ତ ବିଦ୍ୟାଳୟ ନିରୀକ୍ଷକ ଜ୍ଞାନେନ୍ଦ୍ର ଚୌଧୁରୀ(୯୫)ଙ୍କର ବିକାନଗରସ୍ଥ ନିଜ ବାସ ଭବନରେ ଶୁକ୍ରବାର ସକାଳ‌ ୭ଟା ପାଖାପାଖି ସମୟରେ ବାର୍ଦ୍ଧକ୍ୟ ଜନିତ ହେତୁ ଦେହାନ୍ତ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣ, କବି, ଛାତ୍ର ବତ୍ସଳ, ଅନୁଷ୍ଠାନ ପ୍ରେମୀ ପରୋପକାରୀ, ମିଷ୍ଟଭାଷୀ, ନମ୍ର ବ୍ୟକ୍ତି ଥିଲେ । ତାଙ୍କର ପୁତ୍ର ଶ୍ରୀଯୁକ୍ତ ଶୁଶାନ୍ତ ଚୌଧୁରୀ (ମନୁ) ବିଜେଡ଼ିର ଜଣେ ବରିଷ୍ଠ ନେତା ଥିବାବେଳେ ପୁତ୍ରବଧୂ ଶ୍ରୀମତୀ ନମିତା ଚୌଧୁରୀ ରାଇରଙ୍ଗପୁର ପୌର ପରିଷଦର ଉପାଧ୍ୟକ୍ଷ ଅଛନ୍ତି । ତାଙ୍କର ମୃତ୍ୟୁ ଖବର ପାଇ ବହୁ ଶିକ୍ଷକ ବଂଧୁ, ତାଙ୍କର ଛାତ୍ର, ଜ୍ଞାତିପରିଜନ, ଶୁଭେଛୁ, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ବିଜେପିର ବରିଷ୍ଠ ନେତା ଈଶାନ ମିଶ୍ର, ବିଶିଷ୍ଟ ରୋଟାରୀଆନ ନୀରଜ ପଣ୍ଡା, ରାଇରଙ୍ଗପୁର ଉପାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ବରିଷ୍ଠ ବିଜେଡ଼ି ନେତା ପାର୍ଥସାରଥୀ କବି,ନେସ୍କୋ ପାଓ୍ବାର ଏମ୍ପଲୟଜ୍ ୟୂନିଅନର ଜୋନାଲ ସଂପାଦକ ଅଶ୍ବିନୀ ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ସୁଧୀର ମିଶ୍ର,ଆଡଭୋକେଟ ସୋମନାଥ ମିଶ୍ର, ଐତିହାସିକ ଶିକ୍ଷାବିତ ପ୍ରଶାନ୍ତ ପରୀକ୍ଷା, ରାଇରଙ୍ଗପୁର ମହିଳା ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରଦୀପ ମିଶ୍ର, ଗୋରୁମହିଷାଣୀ ଆଇରନ କଲେଜ ଅଧ୍ୟକ୍ଷ ନିକୁଞ୍ଜ ମିଶ୍ର,ବିଜାତଳା ରଜନୀକାନ୍ତ ଯୁକ୍ତ ଦୁଇ ଅଧ୍ୟକ୍ଷ ସଂଗ୍ରାମ କିଶୋର କବି, ସାମ୍ବାଦିକ ସୌରଭ ପଟ୍ଟନାୟକ, ଖୁଦୀରାମ ମହାନ୍ତି, ଅକ୍ଷୟ କୁମାର ବିଶ୍ବାଳ, ବିମଳ ମହାନ୍ତି, ବିଜୁ ଜେନା,ସତ୍ୟବ୍ରତ ମହାପାତ୍ର,ଚିତ୍ତ ପ୍ରହରାଜ,ଦୁଃଖ ପ୍ରହରାଜ,ଶରତ ଦାସ, କାଉନସିଲର ସରୋଜ ବେହେରାଙ୍କ ସମେତ ବହୁ ଶୁଭେଚ୍ଛୁ ପହଞ୍ଚି ଶେଷ ଦର୍ଶନ କରିବା ସହ ତାଙ୍କର ଅମର‌ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ଠାରେ ପ୍ରାର୍ଥନା କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ତାଙ୍କ ମର ଶରୀରକୁ ତାଙ୍କର ପୁର୍ବ କର୍ମସ୍ଥଳ‌ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟକୁ ନିଆଯାଇଥିଲା । ସେଠାରେ ଶିକ୍ଷକ ରଂଜନ ମହାନ୍ତ, ଦିଲିପ ମହାନ୍ତି,ରଂଜନ ନନ୍ଦଙ୍କ ସମେତ ବହୁ ଶିକ୍ଷକ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।ପରେ ତାଙ୍କ ମରଶରୀରକୁ ରାଇରଙ୍ଗପୁରସ୍ଥ ଖଡଖାଈ ନଦୀକୂଳରର ସ୍ଵର୍ଗଦ୍ଵାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ପଞ୍ଚଭୂତରେ ଲୀନ ହେଲେ ସବୁରି ପ୍ରିୟ ଜ୍ଞାନ ସାର୍ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ