ଡାକ୍ତରଙ୍କ ଦବଙ୍ଗ ଗିରି : କଥା, କଥା ରେ ଡାକ୍ତର ରାଗି ଲୋକଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି

ଶେରଗଡ଼, (ବିଭୁ ପ୍ରସାଦ ଦାସ) :-ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ପିତଳ ପଞ୍ଚାୟତ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ରୋଗୀ ଓ ସମ୍ପର୍କୀୟଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ ।ଆଜି ଜଣେ ମହିଳାଙ୍କୁ ତାଙ୍କ ଝିଅ ଚିକିତ୍ସା ପାଇଁ ମେଡ଼ିକାଲ କୁ ନେଇଥିବା ବେଳେ ଡାକ୍ତର ଉତକ୍ଷିପ୍ତ ହୋଇ ଦୁର୍ବ୍ୟବହାର କରିଥିଲେ।ଡାକ୍ତର ରୋଗୀଙ୍କୁ ଅନେକ ସମୟରେ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ରହିଥିବା ବେଳେ ଘଟଣା ସମ୍ପର୍କ ରେ ଦୁର୍ବ୍ୟବହାର ଶିକାର ହୋଇଥିବା ଝିଅ ଓ ତାଙ୍କ ବାପା ଆସି ପଞ୍ଚାୟତ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ।ଅଭିଯୋଗ ପରେ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ ମେଡିକାଲ୍ ଯାଇ ଡାକ୍ତରଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିବା ବେଳେ ଡାକ୍ତର ଜନ ପ୍ରତିନିଧି ମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ରୁ ଡାକ୍ତର କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ରଖିବା ପାଇଁ ମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ