ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନରସିଂହପୁର ଗ୍ରାମର ତଥା ଅଢାଳପଙ୍କସ୍ଥିତ କୃପାସିନ୍ଧୁ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ନାୟକ(୮୪)ଙ୍କର ପରଲୋକ ଘଟିଛି । ସେ କିଛି ଦିନ ହେବ ରକ୍ତଚାପ ଓ ମଧୁମେହ ରୋଗରେ ପିଡିତ ଥାଇ ଚିକିତ୍ସାଧିନ ଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ପୁଅ, ବୋହୁ, ଝିଅ, ଜ୍ୱାଇଁ, ନାତି, ନାତୁଣୀଙ୍କ ସମେତ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ଏକମାତ୍ର ପୁତ୍ର ପ୍ରତାପ ମୁଖାଗ୍ନି ଦେଇଥିଲେ । ସେ ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷକତା ଆରମ୍ଭ କରିଥିଲେ । ସେ ପ୍ରଥମେ ଗୋବିନ୍ଦପୁର ପଞ୍ଚାୟତ ଏରେଣ୍ଡେଇ ଜୁନିଅର ବେସିକ୍ ସ୍କୁଲରେ ପ୍ରଧାନ ଶିକ୍ଷକ ଥିଲେ । ପରେ ସେ ଅଢାଳପଙ୍କସ୍ଥିତ କୃପାସିନ୍ଧୁ ହାଇସ୍କୁଲରେ ଶିକ୍ଷକତା କରିଥିଲେ । ଦୀର୍ଘ ୧୫ ବର୍ଷ ଧରି ସେଠାରେ ଶିକ୍ଷକତା କରି ଚାକିରୀରୁ ଅବସର ନେଇଥିଲେ । ଅବସର ପରେ ସେ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ଜଡିତ ଥିଲେ । ନିମାପଡା କପାଳୀକ୍ଷେତ୍ରସ୍ଥ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ପରିଚାଳନା କମିଟିର ସଭାପତି ଓ ପରେ ଉପଦେଷ୍ଟା କମିଟିର ସଦସ୍ୟ ରହିଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ