ଅବସର ନେଲେ ସୀମାନ୍ତ ମହାବିଦ୍ୟାଳୟର ଆଉ ଦୁଇଜଣ ବରିଷ୍ଠ କର୍ମଚାରୀ
ମୟୁରଭଞ୍ଜ, (ମୁରାରୀ ମୋହନ ମହାପାତ୍ର): ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟର ଦୁଇ ବରିଷ୍ଠ ଓ ଅଭିଜ୍ଞ କର୍ମଚାରୀ ଉଦ୍ଭିଦ ବିଜ୍ଞାନ ମୁଖ୍ୟ ଡଃ ଅଶୋକ କୁମାର ଶର୍ମା ଓ ଲେଡୀ ଆଟେଣ୍ଡାଣ୍ଟ ଶ୍ରୀମତୀ ତରଙ୍ଗିଣୀ ମହାନ୍ତଙ୍କ ଉଦ୍ଦେଶ୍ୟରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା କର୍ମଚାରୀ ସଂଘର ସଭାପତି ଶ୍ରୀଯୁକ୍ତ ଅନିଲ କୁମାର ଝା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ସମ୍ବର୍ଦ୍ଧନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦ୍ୟୋତ କୁମାର ସହିତ ,ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୀବ କୁମାର ପଟ୍ଟନାୟକ,କର୍ମଚାରୀ ସଂଘର ଉପ ସଭାପତି ଶ୍ରୀଯୁକ୍ତ ଶିଶିର କୁମାର ପଟ୍ଟନାୟକ,ସମ୍ପାଦିକା ଶ୍ରୀମତୀ ଜୟନ୍ତୀ ସିଂ ,ସହ ସମ୍ପାଦିକା ଅଧ୍ୟାପିକା ଆକାଂକ୍ଷା ଅପରୂପା ଦାସ ଓ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଅଜୟ କୁମାର ପରିଡ଼ା ପ୍ରମୁଖ ମଞ୍ଚାସିନ ଥିଲେ। ଡଃ ଅଶୋକ କୁମାର ଶର୍ମା ଦୀର୍ଘଦିନ ଧରି ସୀମାନ୍ତ ମହାବିଦ୍ୟାଳୟ ପରୀକ୍ଷା ବିଭାଗର ମଙ୍ଗ ସମ୍ଭାଳି ଥିଲେ।ତାଙ୍କ କାର୍ଯ୍ୟକାଳ ଭିତରେ ସୀମାନ୍ତ ମହାବିଦ୍ୟାଳୟ ପରୀକ୍ଷା ସମ୍ବନ୍ଧୀୟ ଅନେକ କାର୍ଯ୍ୟରେ ବହୁ ସୁଦୂର ପ୍ରସାରି ପଦକ୍ଷେପ ନେଇ ସମଗ୍ର ବିଶ୍ୱବିଦ୍ୟାଳୟରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିପାରିଥିଲା।ସେହିପରି ୧୯ ବର୍ଷ ବୟସ ଓ ୧୯୮୩ ମସିହାରୁ ଚାକିରି ଜୀବନ ଆରମ୍ଭ କରିଥିବା ତରଙ୍ଗିଣୀ ମହାନ୍ତ ମହାବିଦ୍ୟାଳୟ ଆରମ୍ଭରୁ ଅଦ୍ୟାବଧି ମହିଳା କମନ ରୁମ୍ ର ରକ୍ଷା କବଚ ଭାବେ ତଥା ଜଣେ ସନ୍ତାନ ବତ୍ସଳା ଜନନୀ ଭାବେ ତାଙ୍କ ଦାୟିତ୍ବ ସୁଚାରୁ ରୂପେ ସଂପାଦନ କରିଥିଲେ।ଦୁଇ କର୍ମଚାରୀ ଙ୍କ ବିଦାୟ କାଳୀନ ସଭା ସବୁ କର୍ମଚାରୀ ଙ୍କ ମହଲରେ ଏକ ଭାବମୟ ପରିବେଶ ସୃଷ୍ଟି କରିଥିଲା।କର୍ମଚାରୀ ସଂଘର ସମସ୍ତ କର୍ମକର୍ତ୍ତା ଙ୍କ ସହିତ ମହାବିଦ୍ୟାଳୟର ସମସ୍ତ ପ୍ରାଧ୍ୟାପକ,ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ଙ୍କ ଦ୍ଵାରା ବିଦାୟୀ ଦୁଇ କର୍ମଚାରୀଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା।କର୍ମଚାରୀ ସଂଘର କୋଷାଧ୍ୟକ୍ଷ ଅଜୟ କୁମାର ପରିଡ଼ା ଅତିଥିମାନଙ୍କୁ ମଞ୍ଚ ଉପରକୁ ନିମନ୍ତ୍ରଣ କରିଥିବା ବେଳେ ସହ ସମ୍ପାଦିକା ଆକାଂକ୍ଷା ଅପରୂପା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।