ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାରେ ୧୪୦ ଜଣଙ୍କ ଅଯୋଧ୍ୟା ଓ ବାରଣାସୀ ଯାତ୍ରା

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲାର ୧୪୦ ଜଣ ବରିଷ୍ଠ ନାଗରିକ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା  ଯୋଜନା ଜରିଆରେ ଅଯୋଧ୍ୟା ଓ ବା mରାଣାସୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ତୀର୍ଥଯାତ୍ରୀଙ୍କୁ ନେଇ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରିଥିବା ସ୍ୱତନ୍ତ୍ର ବସକୁ ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ ସବୁଜ ପତାକା ପ୍ରଦର୍ଶନ କରି ଆନୁଷ୍ଠାନିକ ଭାବେ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି ଏହିଅବସରରେ ଜିଲ୍ଲାପାଳ ଶ୍ରୀ ସିଂହ ତୀର୍ଥଯାତ୍ରୀ  ମାନଙ୍କ ସହ ଭାବ ବିନିମୟ କରି ସଫଳ ଯାତ୍ରା କାମନା କରି ଶୁଭେଚ୍ଛା ଜଣାଇଥିଲେ । ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖିବା ସହ ସମସ୍ତ ସୁବିଧା ଉପଲବ୍ଧ କରାଇ ସେମାନଙ୍କୁ ଏକ ସୁନ୍ଦର ଏବଂ ଆଧ୍ୟାତ୍ମିକ ଅନୁଭୂତି ପ୍ରଦାନ କରିବା ନିମନ୍ତେ ଅନୁରକ୍ଷଣ ଅଧିକାରୀ ( ଏସକର୍ଟ ଅଫିସର) ମାନଙ୍କୁ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଥିଲେ।  ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଶ୍ରୀ ରବୀନ୍ଦ୍ର ପ୍ରଧାନ ଓ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ଉପସ୍ଥିତ ରହିଥିଲେ । ସୂଚନାଯୋଗ୍ୟ ଏହି ସ୍ୱତନ୍ତ୍ର ବସଟି ବାଲେଶ୍ୱରରେ ପହଂଚିବା ପରେ ଅନ୍ୟ କିଛି ଜିଲ୍ଲାରୁ ଆସିଥିବା ତୀର୍ଥଯାତ୍ରୀଙ୍କୁ ଏକାଠି ନେଇ ଆସନ୍ତାକାଲି ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେଁ ନିଜର ଯାତ୍ରା  ଆରମ୍ଭ କରିବ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ