ବିଜୁ ବାବୁଙ୍କ ତିରୋଧାନ ଦିବସ ପାଳିତ
ଶେରଗଡ(ଅନୀଲ କୁମାର ପଣ୍ଡା): ପୂର୍ବତନ ମୂଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 28ତମ ତିରୋଧାନ ଦିବସ ଶେରଗଡ ବ୍ଲକ ବିଜେଡି ପକ୍ଷରୁ ଶେରଗଡ ସ୍ଥିତ ନନ୍ଦିନୀ ନଦୀ ତଟରେ ମାନ୍ୟବର ହିଞ୍ଜିଳି ବିଧାୟକ ଙ୍କ ପ୍ରତିନିଧି ଦିଗାମ୍ବର ନାହାକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଈଯାଈଛି। ମୂଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ,ବ୍ଲକ ବିଜେଡି ସଭାପତି ଶରତଚନ୍ଦ୍ର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତ ରଞ୍ଜନ ପାଣିଗ୍ରାହୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିଶ୍ବନାଥ ସ୍ବାଈଁ,ବ୍ଲକ ଉପାଧ୍ୟକ୍ଷା ଙ୍କ ପ୍ରତିନିଧି କାହ୍ନୁ ଚରଣ ପଟ୍ଟନାୟକ, ବରିଷ୍ଠ ନେତା ହୀନ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର,ଅବସରପ୍ରାପ୍ତ ଶିକ୍ଷକ ତଥା ପୂର୍ବତନ ସରପଞ୍ଚ ସିମାଞ୍ଚଳ ପ୍ରଧାନ, ବରିଷ୍ଠ ବିଜେଡି ନେତା ତଥା ବରିଷ୍ଠ ସାମ୍ବାଦିକ ମେଘନାଦ ଦାସ ଙ୍କ ସହିତ ଶତାଧିକ ବିଜୁ ପ୍ରେମୀ, ବହୁ ନିର୍ବାଚିତ ପ୍ରତିନିଧି ପ୍ରମୁଖ ଯୋଗ ଦେଇ ଶେରଗଡ ଦେଈ ପ୍ରବାହିତ ହେଉଥିବା ନନ୍ଦିନୀ ନଦୀରେ ତିଳ ତର୍ପଣ କରି ଚାରି ଛକଠାରେ ପହଞ୍ଚି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଉପସ୍ଥିତ ସମସ୍ତେ ପ୍ରକାଶ କରିଥିଲେ ଯେ, ବିଜୁ ପଟ୍ଟନାୟକ ଙ୍କୁ ଏହି ଜାତି ସବୁଦିନ ପାଇଁ ମନେ ରଖିବା ସହ ସେ କେବଳ ଓଡ଼ିଶାର ନେତା ନଥିଲେ, ବରଂ ଦେଶ ଏବଂ ବିଦେଶରେ ରେ ମଧ୍ୟ ତାଙ୍କର ଅବଦାନ ଅତୁଳନୀୟ ।


