ଅବେଳରେ ଭୋଳା ବାବାଙ୍କ ନିକଟରେ ତାଳି ମନା

ଯେତେବେଳେ କିଛି ଖୁସିର ମୁହୂର୍ତ୍ତ ଆସେ ଆମେ ତାଳି ବଜାଇଥାଉ । ସେ ସ୍କୁଲ ହେଉ କି କିଛି ସମାରୋହ ହେଉ ଆମେ ତାଳି ମାରିଥାଉ । ଆଉ ଏହାରି ମାଧ୍ୟମରେ ଆମେ କାହାକୁ ଉତ୍ସାହିତ ମଧ୍ୟ କରିଥାଉ । ସେହିପରି କୌଣସି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କିମ୍ବା ମନ୍ଦିରରେ ତାଳି ମଧ୍ୟ ବଜାଉଥାଉ । ହିନ୍ଦୁଧର୍ମ ଅନୁସାରେ ମନ୍ଦିରରେ ଆରତୀ ସମୟରେ ତାଳି ବଜାଇବା ସ୍ୱାଭାବିକ ପ୍ରକ୍ରିୟା । ସନାତନ ଧର୍ମ ଅନୁସାରେ କେବଳ ଆରତୀ ସମୟରେ କରତାଳି କରିବା ଉଚିତ୍ । ଅନ୍ୟ ସମୟରେ ମନ୍ଦିରରେ ତାଳି ବଜାଇବା ଶାସ୍ତ୍ର ବିରୋଧୀ । କୁହାଯାଏ କିଛି ବିଶେଷ ମୁହୂର୍ତ୍ତରେ ଶିବ ମନ୍ଦିରରେ ତାଳି ବଜାଇବା ଆଦୌ ଶୁଭଙ୍କର ନୁହେଁ । ପୌରାଣିକ କଥା ଅନୁଯାୟୀ ଭୋଳା ମହେଶ୍ୱର ସବୁବେଳେ ଧ୍ୟାନ ମଗ୍ନରେ ରୁହନ୍ତି । ସାଧାରଣତଃ ଅନେକ ଲୋକ ଶିବ ମନ୍ଦିରକୁ ଯାଇ ଶିବ ଲିଙ୍ଗ ନିକଟରେ ତିନି ଥର ତାଳି ବଜାଇଥାନ୍ତି । ଯାହା କରିବା ଅନୁଚିତ । କୁହାଯାଏ ଏପରି କରିବା ଶିବଙ୍କ ପ୍ରତି ଅପମାନ । କାରଣ ତାଙ୍କ ନିକଟତର ହୋଇ ତାଳି ବଜାଇଲେ ଶିବଙ୍କ ଧ୍ୟାନ ଭଙ୍ଗ ହୋଇଥାଏ । ଏଥିରେ ଅତିଷ୍ଠ ହୋଇ ମହାଦେବ ବିଗିଡ଼ିଯାଆନ୍ତି । ମୋଟାମୋଟି କହିବାକୁ ଗଲେ ଆପଣ କେବଳ ସନ୍ଧ୍ୟା ଆରତୀ ସମୟରେ ଶିବ ମନ୍ଦିରରେ କରତାଳି ଏବଂ ଘଣ୍ଟି ବଜାଇପାରିବେ । ତେବେ ଅନ୍ୟ ସମୟରେ କିମ୍ବା ଘରେ ତାଳି ବଜାଇବାକୁ ବାରଣ ନାହିଁ । ଏହି ତାଳି ବଜାଇଲେ ଆମକୁ ଅନେକ ଫାଇଦା ମିଳିଥାଏ । ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ।

ତାଳି ବଜାଇବାର ଫାଇଦା
ତାଳି ବଜାଇବାର ଫାଇଦା

ତାଳି ବଜାଇଲେ ବହୁ ସ୍ୱାସ୍ଥ୍ୟ ସମସ୍ୟାରୁ ଉପଶମ ମିଳିଥାଏ ।
ସଂକୀର୍ତ୍ତନ ସମୟରେ ତାଳି ବଜାଇଲେ ଶକ୍ତି ସଂଚରିତ ହୋଇଥାଏ । ଏପରିକି ସଂକୀର୍ତ୍ତନ ସମୟରେ ତାଳି ବଜାଇଲେ ଆମର ରେଖା ବଦଳିଯାଇଥାଏ ।
ଆକ୍ୟୁପ୍ରେସର ଅନୁସାରେ ଆମ ହାତର ପ୍ରତ୍ୟେକ ଅଂଶ ସହ ଅଙ୍ଗପ୍ରତ୍ୟଙ୍ଗର ସମ୍ପର୍କ ରହିଛି । ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗର ଚାପ ବିନ୍ଦୁ (ପ୍ରେସର ପଏଣ୍ଟ) ହାତରେ ରହିଛି । ତେଣୁ ତାଳି ବଜାଇଲେ ରକ୍ତ ପ୍ରବାହ ଏବଂ ନିଶ୍ୱାସପ୍ରଶ୍ୱାସ ନେବା ପ୍ରକ୍ରିୟା କ୍ରିୟାଶୀଳ ହୋଇଥାଏ । ଯାହା ଆମକୁ ରୋଗମୁକ୍ତ କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ