ଅଭିଯୁକ୍ତକୁ କୋର୍ଟ ହାଜିରା ବେଳେ ଉତ୍ତେଜନା

ହାଟଡ଼ିହି, (ବିକାଶ ବିଶ୍ୱାଳ):ଢ଼େଙ୍କା ହାଇସ୍କୁଲର ଗଣିତ ଶିକ୍ଷକ ଅନିରୁଦ୍ଧ ସ୍ୱାଇଁଙ୍କ ହତ୍ୟାଘଟଣାର ମୁଖ୍ୟ ଅଭିଯୁକ୍ତକୁ ଆଜି ହାଟଡିହି ଜେଏମଏଫସି କୋର୍ଟରେ ହାଜର କରାଯାଉଥିବାବେଳେ ଏହାର ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ପୁଲିସ ଗିରଫ କରୁ ନାହିଁ ବୋଲି ଅଭିଯୋଗ କରି ହତ୍ୟାକାରୀର ପରିବାର ଓ ହତ୍ୟାର ଶୀକାର ହୋଇଥିବା ଶିକ୍ଷକଙ୍କ ପରିବାର ଲୋକେ କୋର୍ଟ ସମ୍ମୁଖରେ ଧାରଣାରେ ବସିରହିଥିଲେ । ଫଳରେ ଆନନ୍ଦପୁର ଜେଲରୁ କୋର୍ଟରେ ହାଜିରା ପାଇଁ ଆସିôତବା ଗିରଫ ଅଭିଯକ୍ତ ସଂ କୋର୍ଟ ଭ୍ୟାନଟି ଦୀର୍ଘସମୟ ଧରି ଅଟକି ରହିଥିଲା । ହାତ୍ୟାକରୀର ପରିବାର ଲୋକଙ୍କ ଅଭଯୋଗ ଯେ ତାଙ୍କ ପୁଅକୁ ମିଛରେ ପୁଲିସ ଫସାଇ ଦେଇଛି । ତାକୁ ଗତକାଲି ଭେଟିବାକୁ ଜେଲକୁ ଯାଇଥିବା ତାର ବାପା ସୁଦର୍ଶନଙ୍କ ନିକଟରେ ତାଙ୍କ ପୁଅ ସେ ହତ୍ୟକରି ଅନ୍ୟମାନେ ହତ୍ୟା କରିଛନ୍ତି । ପୁଲିସ ତାକୁ ଭୟ ଦେଖାଇ ହତ୍ୟକାରୀ ବୋଲି ସଜେଇ ଦେଇଛି । ସେ ଏବେ ହତ୍ୟାରେ ସଂପୃକ୍ତ ଅନେକଙ୍କ ନାମ ପ୍ରକାଶ କରିବାକୁ ଚାହୁଁ ଥିଲେବି ପୁଲିସ ତାଙ୍କୁ କହିବାକୁ ସୁଯୋଗ ଦେଉ ନାହିଁ ବୋଲି ତାର ବାପା ଅଭିଯୋଗ କରିଛନ୍ତି । ସେହିପରି ଶିକ୍ଷକଙ୍କ ପରିବାର ଲୋକେ ମଧ୍ୟ ଘଟଣାକୁ ସହଜରେ ବିଶ୍ୱାଷ କରିପାରୁ ନାହାନ୍ତି । କାରଣ ମୃତ ଶିକ୍ଷକଙ୍କୁ ଏହିପରି ଜଣେ ୨୦ବର୍ଷିୟ ଯୁବକ କେବେ ଏକାକି ମାରି ପାରିବ ନାହିଁ ବୋଲି ମୃତ ଶିକ୍ଷକଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ତେଣୁ ତାଙ୍କ ସହିତ ଆଉ କିଏ କିଏ ଅଛନ୍ତି ସେନେଇ ପୁଲିସ ସଂପୃକ୍ତ ଯୁବକକୁ ରିମାଇଣ୍ଡରରେ ଆଣି ତଦନ୍ତ କରୁ ବୋଲି ମୃତ ଶିକ୍ଷକଙ୍କ ପରିବାର ଲୋକେ ଅଭିଯୋଗ କରି ୩୦ରୁ ଉର୍ଦ୍ଧ ବ୍ୟକ୍ତି କୋର୍ଟ ସମ୍ମୁଖରେ ବସି ରହିଥିଲେ । ଦୁଇଘଣ୍ଟା କାଳ କୋର୍ଟ ଭ୍ୟାନକୁ ଅଟକାଇ ଧାରଣରେ ବସିବାରୁ କୋର୍ଟ କାର୍ଯ୍ୟରେ ମଧ୍ୟ ବାଧା ଉପୁଜିଥିଲା । ଖବରପାଇ ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ କୁମାର ବେହେରା ଓ ନନ୍ଦିପଦା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ ସଶସ୍ତ୍ର ପୁଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାପରେ ଧାରଣା ହଟିଥିଲା । ଏସଡିପିଓ ପ୍ରଶାନ୍ତ ବେହେରାଙ୍କ କହିବାକଥା ଯେ ଶିକ୍ଷକଙ୍କ ହତ୍ୟାର ଅନେକ ପ୍ରମାଣ ପାଇବାପରେ ସେମାନେ ଅଭିଯୁକ୍ତ ଅରୁପକୁ ଗିରଫ କରିଛନ୍ତି । ଗିରଫ ପରେ ସେ ଭିନ୍ନ ଭିନ୍ନ ଲୋକଙ୍କ ନାମ କହି ତଦନ୍ତକୁ ଦିଗହରା କରିବାକୁ ଚେଷ୍ଟା କରିଥିଲା । ଏବେ ବି ସମୟ ଅଛି ଯଦି ଏହି ଘଟଣାରେ ଅନ୍ୟକେହି ସଂପୃକ୍ତ ବୋଲି ଭାବୁଛନ୍ତି ତେବେ ପ୍ରମାଣ ସହିତ ଦିଅନ୍ତୁ ତାହା ତଦନ୍ତ କରଯିବ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ