ଅରୁଣ ଦେଙ୍କ ଉଦ୍ଦେଶ୍ୟରେ ରିକ୍ସା ଚାଳକ ସଂଘର ଶ୍ରଦ୍ଧାଞ୍ଜଳି

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ରିକ୍ସାଚାଳକ ସଂଘ ପକ୍ଷରୁ ସଂଗଠନର ସଭାପତି ତଥା ପୂର୍ବତନ ବିଧାୟକ ଦିବଂଗତ ଅରୁଣ ଦେ’ଙ୍କ ଉଦ୍ଦେଶ୍ୟରେ ଏକ ଶୋକସଭା ମଙ୍ଗଳବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ସଂଘର କାର୍ଯ୍ୟକାରୀ ସଭାପତି ଗୌରାଙ୍ଗ ପାଣିଗ୍ରାହୀ ଏଥିରେ ଅଧ୍ୟକ୍ଷତା କରିଥିଲେ । ସହରର ସମସ୍ତ ରିକ୍ସା ଷ୍ଟାଣ୍ଡ କର୍ମକର୍ତ୍ତାଙ୍କ ସମେତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଶ୍ରମିକ ନେତା ଭାଗବତ ପ୍ରତିହାରୀ, ଅରୁଣ ସ୍ୱାଇଁ, ନିକୁଞ୍ଜ ବସନ୍ତରାୟ, ଶାନ୍ତନୁ ଦାସ, ଶ୍ୟାମସୁନ୍ଦର ଜେନା, ସେକ୍ ସଲାଉଦ୍ଦିନ, ବିଚାରଗଞ୍ଜ ଷ୍ଟାଣ୍ଡ୍ ସମ୍ପାଦକ ସର୍ବେଶ୍ୱର ହାଁସଦା ଓ ପୂର୍ବତନ ସମ୍ପାଦକ ଗୌତମ ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଅରୁଣ ଦେ ଜୀବନବ୍ୟାପୀ ଗରିବ ଲୋକଙ୍କୁ ସଗଠିତ କରି ସେମାନଙ୍କୁ ଆଇନଗତ ସୁବିଧା ସୁଯୋଗ ପ୍ରଦାନ ପାଇଁ ସଂଗ୍ରାମ କରୁଥିଲେ ବୋଲି ମତ ଦେଇଥିଲେ । ଜାତି ଓ ଧର୍ମ ନାମରେ ରାଜନୀତିକୁ ଅରୁଣ ଦେ’ ସର୍ବଦା ବିରୋଧ କରୁଥିଲେ । ତାଙ୍କର ଆଦର୍ଶ ଗରିବ, ଖଟିଖିଆ ତଥା ଅବହେଳିତ ଲୋକଙ୍କ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ସ୍ୱର୍ଗତ ଦେ’ଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ ଓ ଏକ ମିନିଟ ନିରବ ପ୍ରାର୍ଥନା ସହ ସମସ୍ତେ ତାଙ୍କର ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସଂଘର କୋଷାଧ୍ୟକ୍ଷ ଉମାକାନ୍ତ ଜେନାଙ୍କ ସମେତ ଶେଖ ନାସିର, ସେଖ ଯଶ, ରାଧାକାନ୍ତ ବେହେରା ଓ ରତ୍ନାକର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ