ଅଲଣାହାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ
ନାଉଗାଁ (ପ୍ରଦୋଷ ମହାନ୍ତି): ଅଲଣାହାଟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡିଶାଙ୍କ ପତ୍ରସଂଖ୍ୟା ୮୩୧୩ ନିର୍ଦ୍ଦେଶ ଅନୁସାରେ ଅଲଣାହାଟ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଅମୂଲ୍ୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଏକାଦଶ ଶ୍ରେଣୀ (+୨ ପ୍ରଥମ ବର୍ଷ ) ବିଜ୍ଞାନରେ ନୂତନ ଭାବେ ନାମ ଲେଖିଥିବା ୭୫ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l ଆଲମୁନିର ସମ୍ପାଦକ ବିରଞ୍ଚି ନାରାୟଣ ମିଶ୍ର, ବିଦ୍ୟାଳୟ ପରିଚାଳନର ଅଧ୍ୟକ୍ଷ ଅରବିନ୍ଦ ଦାସ, ଉପଅଧ୍ୟକ୍ଷl କାଜଲ ଜେନା, ଅଧ୍ୟାପକ ସ୍ବରପ ସତ୍ୟ ସୁମନ୍ତ ଦାସ,ପ୍ରୟାସ ପ୍ରୀତିରଜ କଂସ, ଚିତ୍ତରଞ୍ଜନ ନାୟକ ଅଧ୍ୟାପିକା ଲଷ୍ମୀପ୍ରିୟା ଦାସ, ବିଶ୍ୱବନ୍ଦିତା ମୁଦୁଲି, ସୋନାଲି ସ୍ୱାଇଁ, ସୂଚିସ୍ମିତା ମଲ୍ଲିକ, ଶିକ୍ଷକ କିଶୋରୀ ମୋହନ ଦାସ, ସଞ୍ଜୟ କୁମାର ନାୟକ ଯୋଗ ଦେଇ +୨ପ୍ରଥମ ବର୍ଷ ବିଜ୍ଞାନରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହିତ ଐତିହ୍ୟ ସମ୍ପନ୍ନ ଅଲଣାହାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅନୁଷ୍ଠାନ, ଶିକ୍ଷାଗତ ପରିବେଶ, ପାଠ୍ୟକ୍ରମ, ସହପାଠ୍ୟକ୍ରମ କାର୍ଯ୍ୟକଳାପ, ନିୟମାବଳୀ ସମ୍ପର୍କରେ ଆଲୋଚନା କରିଥିଲେ l ଏହି ପ୍ରବେଶ କାର୍ଯ୍ୟକ୍ରମରେ ମଧ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷାର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦିଗ ଯଥା ଅନୁଷ୍ଠାନ ବିଷୟରେ ସଚେତନତା, ଶିକ୍ଷକ ପରିଚୟ, କ୍ୟାମ୍ପସ ପରିକ୍ରମା, ସମୟ ସାରଣୀ ସ୍କୁଲ ୟୁନିଫର୍ମ ଏବଂ ପରିଚୟ ପତ୍ର, ପ୍ରକ୍ଟରଙ୍କ ସହ ପରିଚୟ, ସିଏଚଏସଇ ପାଠ୍ୟକ୍ରମ, ଇ ବୁକର ଉପଲବ୍ଧତା, ପିତାମାତା-ଶିକ୍ଷକ ବୈଠକ, ରlଗିଙ୍ଗମୁକ୍ତ କ୍ୟାମ୍ପସ /ଛାତ୍ରlବସ, ବିଭାଗ ପରିବର୍ତ୍ତନ ଓ ସ୍ଥାନାନ୍ତର, ଶିକ୍ଷଜ୍ୟୋତି ପୋର୍ଟାଲ, ସାଥି କାର୍ଯ୍ୟକ୍ରମ, ଶିକ୍ଷlଗତ ସହାୟତା କାର୍ଯ୍ୟକ୍ରମ, ବୃତ୍ତି, ୱବିନାର ସିରିଜ, ଆତ୍ମାରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ପ୍ରଭୁତି ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା l ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ଆଚାର୍ଯ୍ୟ ଧନ୍ୟଵାଦ ପ୍ରଦାନ କରିଥିଲେ l ଅଭିଜିତ ପରିଡା, ଆଶୁତୋଷ ତ୍ରିପାଠୀ ପ୍ରଭୁତି ଶିକ୍ଷକ ଶିକ୍ଷୟତ୍ରୀ ଉତ୍ସବକୁ ପରିଚାଳନାରେ ସହାୟତା କରିଥିଲେ |


