ଆଡ଼ପ ମଣ୍ଡପରୁ ବିଦାୟ ନେଲେ କଳା ସାଆନ୍ତ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ନବଦିନାତ୍ମକ ଯାତ୍ରା ସାରି ଆଜି ବାହୁଡା଼ ଯାତ୍ରା ଅବସରରେ ଆଡ଼ପ ମଣ୍ଡପରୁ ବିଦାୟ ନେଇଛନ୍ତି କାଳିଆ ଠାକୁର। ଏହି ଅବସରରେ ବେଲଗୁଣ୍ଠା ସମେତ ଏହି ବ୍ଳକର ପାଇଲିପଡା, ଗୋବରା, ମାଧବରିଡା, ବେଣୀପଲ୍ଲୀ, ଜୟନ୍ତୀଗଡ଼ ଗ୍ରାମରେ ବାହୁଡା଼ ଯାତ୍ରା ପାଳିତ ହୋଇଯାଇଛି। ପାଇଲିପଡ଼ାରେ ଆଜି ପ୍ରାତଃ ସମୟରୁ ଆଡପ ମଣ୍ଡପରେ ମଙ୍ଗଳ ଆଳତି ହେବା ସହ ଦୈନିକ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ଛଅ ଘଣ୍ଟା ସମୟରେ ମହାପ୍ରଭୁଙ୍କ ପହଣ୍ଡି ଅନୁଷ୍ଠିତ ହୋଇଥିଲା। ରବୀନ୍ଦ୍ର ସାମନ୍ତ ଛେରା ପହଁରା କରିଥିଲେ। ସନ୍ଧ୍ୟା ଛଅ ଘଣ୍ଟା ୪୫ ମିନିଟ୍ ସମୟରେ ରଥ ଟଣା ହୋଇଥିଲା। ଆଜି ରଥ ମାତ୍ର ଦଶ ମିଟର ଟଣା ଯାଇଥିବା ବେଳେ ସେଠାରେ ଆସନ୍ତା କାଲି ମହାପ୍ରଭୁଙ୍କ ଏକାଦଶୀ ନୀତି ଅନୁଷ୍ଠିତ ହେବା ପରେ ଜଗନ୍ନାଥ ମନ୍ଦିର ନିକଟକୁ ରଥ ଟଣା ଯିବ ବୋଲି ସୂଚନା ମିଳିଛି, ବେଲଗୁଣ୍ଠା ବାଲିଡି ଓ ପେଣ୍ଠ ସାହିର ଟାହିୟା ବା ଝରା ବକ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ