ଅଦରକାରୀ ସାମଗ୍ରୀରେ କରୁଛନ୍ତି ପ୍ରଭୁ ଜଗନ୍ନାଥଙ୍କ ଚିତ୍ର
ବ୍ରହ୍ମପୁର,(ସୁଦିପ କୁମାର ସାହୁ):ନୂଆ ଖଜୁରିଆ ନିବାସୀ ତ୍ରିଲୋଚନ ପାଣିଗ୍ରାହୀ ଓ ମିନତୀ ପାଣିଗ୍ରାହୀଙ୍କ କନ୍ୟା ଶତାବ୍ଦୀ ପାଣିଗ୍ରାହୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଭୁ ଜଗନ୍ନାଥଙ୍କ ବିଭିନ୍ନ କଳାକୃତୀ ପ୍ରସ୍ତୁତ କରିଛନ୍ତି । ସେ ଅଦରକାରୀ ସାମଗ୍ରୀ ଗୁଡ଼ିକରେ ପ୍ରଭୁ ଜଗନ୍ନାଥଙ୍କ ଚିତ୍ର ଆଙ୍କିଛନ୍ତି। ସେହିପରି ତିନି ଠାକୁର ଓ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୁର୍ତି ଚାନ୍ଦୁଆରେ ପ୍ରସ୍ତୁତ କରିଛନ୍ତି। ସେ ଉଦ୍ଭିଦ ବିଜ୍ଞାନରେ ଶିକ୍ଷା ଗ୍ରହଣ କରିବା ସହ ରାଜ୍ୟ କଳା ଓ ଶିଳ୍ପ ବିକାଶ ପ୍ରତିଷ୍ଠାନରେ କ୍ରାଫ୍ ଡିଜାଇନର ଭାବେ ଶିକ୍ଷା ଗ୍ରହଣ କରିଛନ୍ତି । ଚାନ୍ଦୁଆ ସହ କାନ୍ଭାସ,ପଥର, କପଡ଼ା,ପତ୍ର, ବିଭିନ୍ନ ବସ୍ତୁ ଓ ଛୋଟ ଛୋଟ ଜିନିଷରେ ପଟଚିତ୍ର ଓ ଆଦିବାସୀ ଚିତ୍ର କଳା ମଧ୍ୟ କରିଛନ୍ତି । ଭବିଷ୍ୟତରେ ସେ ଭାରତର ହସ୍ତଶିଳ୍ପ ଓ ବୟାନ ବିଭାଗ ତରଫରୁ ଓଡ଼ିଶା ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ଜାତୀୟ ହସ୍ତଶିଳ୍ପ ପୁରସ୍କାର ପାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି । ମାତ୍ର ସାତ ବର୍ଷରୁ ଶତାବ୍ଦୀ ଏପରି ଚିତ୍ର ଆଙ୍କୁଛନ୍ତି । ନିଜ ମାତାଙ୍କ ଠାରୁ ହସ୍ତଶିଳ୍ପ ଏବଂ ଆଦିବାସୀ ଚିତ୍ରକଳା ଗୁରୁ ଦୀନବନ୍ଧୁ ସୋରେନ୍ଙ୍କ ଠାରୁ ସେ ଏପରି ଚିତ୍ରକଳା ପ୍ରତି ଆକୃଷ୍ଟ ହୋଇଥିବା କହିଛନ୍ତି ।


