ପାରଳା ରାଜପ୍ରାସାଦର ସ୍ଥିତି ଅନୁଧ୍ୟାନ କଲେ ପରିବହନ ମନ୍ତ୍ରୀ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଜପତି ଜିଲ୍ଲା ଗସ୍ତରେ ଆସି ପାରଳାଖେମୁଣ୍ଡି ରାଜପ୍ରାସାଦରେ ପହଞ୍ଚି ରାଜଜେମା କଲ୍ୟାଣୀ ଗଜପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ଉପସ୍ଥିତ ସ୍ଥାନୀୟ ବୁଦ୍ଧିଜୀବୀ ପାରଳା ରାଜପ୍ରାସାଦର ଦୟନୀୟ ସ୍ଥିତି ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏଥିପାଇଁ ମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ । ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ସହ ଜଡ଼ିତ ଏହି ଐତିହାସିକ ପ୍ରାସାଦର ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀମାନେ ଦାବି କରିଥିଲେ। ଏହି ପ୍ରସଙ୍ଗକୁ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି ମନ୍ତ୍ରୀ କହିଥିଲେ। ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମାଜସେବୀ ଅନାଦି ପାଣିଗ୍ରାହୀ, ବିଷ୍ଣୁମୋହନ ଅଧିକାରୀ, ସିଦ୍ଧେଶ୍ଵର ମିଶ୍ର ଓ ଦୁର୍ଗାମାଧବ ପାଣିଗ୍ରାହୀଙ୍କ ସମେତ ବିଜେପିର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ