ଅଶୁଭ ନୁହେଁ ବିଲେଇ
ଶକୁନ ଶାସ୍ତ୍ରରେ ବିଲେଇର ବିଶେଷ ମହତ୍ୱ ରହିଛି । କୁହାଯାଏ ରାସ୍ତାରେ ଗଲା ବେଳେ ବିଲେଇ ଆଗରେ ଚାଲିଗଲେ ଅଶୁଭ । ଏହି ଧାରଣାକୁ କେହି କେହି ବିଶ୍ୱାସ ମଧ୍ୟ କରନ୍ତି । ତେବେ ରାସ୍ତାରେ ବିଲେଇ ବାଟ କାଟିଲେ ସବୁବେଳେ ଖରାପ ହୋଇନଥାଏ । ବିଲେଇ ଭବିଷ୍ୟତର ଅନେକ ଘଟଣା ବିଷୟରେ ପୂର୍ବରୁ ସୂଚିତ କରିଥାଏ । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।ବିଲେଇ ବାରମ୍ବାର କାନ୍ଦିବା ଆପଣଙ୍କର ସହ କିଛି ଖରାପ ହେବାର ସଙ୍କେତ ରହିଛି ।ବିଲେଇ ବାରମ୍ବାର କାନ୍ଦିବା କିମ୍ବା ଝଗଡା କରିବା କାମରେ ଅସଫଳ ହେବାର ସୂଚନା ଦେଇଥାଏ ।ଶକୁନ ଶାସ୍ତ୍ର ଅନୁସାରେ ବିଲେଇ ଶୋଇଥିବା ବ୍ୟକ୍ତିକୁ କୁଦିକରି କିମ୍ବା ଡେଇଁଗଲେ ସେହି ବ୍ୟକ୍ତିର ମୃତ୍ୟୁ ଘଟିଥାଏ କିମ୍ବା କଷ୍ଟ ଭୋଗିବାକୁ ପଡିଥାଏ ।ଯାତ୍ରା ସମୟରେ ବିଲେଇ ପାଟିରେ ମାଂସ ଖଣ୍ଡେ ଧରିଥିବାର ଦେଖିଲେ ଯାତ୍ରା ସଫଳ ହୋଇଥାଏ ।ବିଲେଇ ନିଜ ଛୁଆ ସହ ଦେଖିଲେ ସମ୍ପର୍କୀୟ ପୁୂରୁଣା ବନ୍ଧୁଙ୍କ ସହ ଭେଟ ହେବାର ସମ୍ଭାବନା ରହିଥାଏ ।


