ମହାଦେବଙ୍କ ପାଖେ ଲାଗେ ଯାଆଁଳା କଦଳୀ

ପୂଜା କରିବା ସମୟରେ ଭଗବାନଙ୍କୁ ଭୋଗ କରାଯାଏ । ନଡିଆ ଓ କଦଳୀ ଆଦି ଫଳ ଭୋଗ ଦେଇ ଭଗବାନଙ୍କୁ ପୂଜା କରାଯାଏ । ସବୁ ଠାକୁରଙ୍କ ପାଇଁ ସ୍ୱତନ୍ତ୍ର ଭୋଗ ରହିଛି । ଯେମିତି ଭୋଳାନାଥ ଶିବଙ୍କ ପାଖରେ ଅନ୍ୟାନ୍ୟ ଭୋଗ ସହ କ୍ଷୀର ଢ଼ଳାଯାଏ । ଶାସ୍ତ୍ରବିତଙ୍କ କହିବା ଅନୁସାରେ ମହାଦେବଙ୍କ ପାଖରେ ଭୋଗ ଲଗାଇବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ । ଯଦି ସମ୍ଭବ ମହାଦେବଙ୍କ ପାଖରେ ଯାଆଁଳା କଦଳୀ ଭୋଗ କରନ୍ତୁ । କାରଣ ଯୋଡ଼ା କଦଳୀକୁ ଲକ୍ଷ୍ମୀ ନାରାୟଣ କୁହାଯାଏ । ତେଣୁ ଯାଆଁଳା କଦଳୀକୁ ଶିବ ଲିଙ୍ଗରେ ଘଷିଲେ ଶିବ ସନ୍ତୁଷ୍ଟ ହୁଅନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ