ଅଷ୍ଟମ ସପ୍ତାହରେ ପଦାର୍ପଣ କଲା ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ

ଭୁବନେଶ୍ୱର : ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଅଷ୍ଟମ ସପ୍ତାହରେ ପଦାର୍ପଣ କରିଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥିତ ଏଜି ଛକ ନିକଟରେ ଥିବା ଓଡ଼ିଶାର ପ୍ରଚଣ୍ଡ ସ୍ୱାଭିମାନୀ, ଦରଦୀ, ରୀତିଯୁଗର ସୁକବି ଦୀନକୃଷ୍ଣ ଦାସଙ୍କ ପ୍ରତିମୂର୍ତ୍ତି ପୁନଃ ସଫେଇ ସହ ଓ ଚତୁଃପାଶ୍ୱର୍ରେ ଥିବା ଅନାବନା ଘାସଲଟା ସଫେଇ କରାଯିବା ନିମ୍ବ ବୃକ୍ଷ ରୋପଣ କରାଯାଇଥିଲା । କବି ଦୀନକୃଷ୍ଣ ଦାସ ଦାରିଦ୍ର‌୍ୟର କଷାଘାତରେ ଥାଇ ମଧ୍ୟ ନିଜର କବିତ୍ୱ ଓ ସ୍ୱାଭିମାନକୁ ଜଳାଞ୍ଜଳି ଦେଇନଥିଲେ । ରାଜ୍ୟ ସରକାର ଦୀନକୃଷ୍ଣଙ୍କ ଜୀବନୀ ଉପରେ ତଥ୍ୟ ସଂଗ୍ରହ କରି ତାକୁ ପ୍ର·ର ଓ ପ୍ରସାର କରାଇଲେ ତାହା ହେବ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ଓଡ଼ିଶାରେ ନୈତିକ, ବୌଦ୍ଧିକ ଶିକ୍ଷାର ବିକାଶ ହେବା ସହିତ ଆମେ ସମଗ୍ର ରାଷ୍ଟ୍ରକୁ ନୂତନ ବାର୍ତ୍ତା ଏହା ମାଧ୍ୟମରେ ଦେଇପାରିବା ବୋଲି ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରିବା ସହ ମନୁଷ୍ୟ ·ଲିଯାଏ, ମାତ୍ର ତାର କର୍ମ ତାକୁ ଚିରଦିନ ପାଇଁ ଅମର କରିଥାଏ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ବାଙ୍କିଠାରେ ଶିକ୍ଷାବିତ୍ ସୁନିଲ୍ କୁମାର ମିଶ୍ରଙ୍କ ଆବାହକତ୍ୱରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଗଠିତ ହୋଇଛି ।  ଏହି ପରିପ୍ରେକ୍ଷୀରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନରେ ସଂଯୋଜକ କିଷନ ବରାଇଙ୍କ ସଂଯୋଜନାରେ ଓ ବାପୁ ଓଝାଙ୍କ ସହ ସଂଯୋଜନାରେ ସାମିଲ ହୋଇଥିଲେ ଲଣ୍ଡନରୁ ଆସିଥିବା ଓଡ଼ିଆ ଭାଷାପ୍ରାଣ ତଥା ଭେଷଜ ବିଶାରଦ ଡ଼ାକ୍ତର ନିତ୍ୟାନନ୍ଦ ପଟ୍ଟନାୟକ ଅଲେଖ ଜେନା, ଲକ୍ଷ୍ମଣ ଦାସ, ତନ୍ମୟ ସାମନ୍ତରାୟ, ଅରବିନ୍ଦ ତ୍ରିପାଠୀ, ସଂଗ୍ରମା ବଳିୟାରସିଂ, ଡମ୍ବରୁଧର ହରଣସିଂହ, ବୁଦ୍ଧିମାନ ନାୟକ, ଡ. ଅସିତ୍ ଦାସ, ଉମାଚରଣ ମହାନ୍ତି, ବିଜୟ ପରିଡ଼ା, ସାଧୁ ଚରଣ ବେହେରା, ସୁରଥ ବିଶ୍ୱାଳ, ପ୍ରଦୀପ କୁମାର ବିଶ୍ୱାଳ, କୈଳାସ ମୁଦୁଲି, ବିଶ୍ୱନାଥ ସ୍ୱାଇଁ, ସଞ୍ଜୟ ରାୟ, ନିରଞ୍ଜନ ସାହୁ, ଶରତ ରାଉତ, ପ୍ରଫୁଲ୍ଲ ବାରିକ, ମନୋରଞ୍ଜନ ବାରିକ, ବିଜୟ ମଲ୍ଲ, ସିତାଂଶୁ ଶେଖର ମହାରଣା, ବ୍ରଜବନ୍ଧୁ ପରିଡ଼ା, ପ୍ରମୋଦ ଦେବ, ସମିତା ମହାରଣା, ବୁଦ୍ଧିମାନ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରି·ଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ