ଭଉଣୀଙ୍କୁ ଗିଫ୍ଟ ଦେବେ ସଲମାନ
ବଲିଉଡ଼ର ଦବଙ୍ଗ ସଲମାନ ଖାନ ତାଙ୍କ ଭଉଣୀଙ୍କୁ ଏକ ଉପହାର ଦେବାକୁ ଯାଉଛନ୍ତି । କଣ ଉପାହର ଦେବାକୁ ଯାଉଛନ୍ତି ତାହା ଜାଣିବେ ନାହିଁ । ଏକ ଖବରରୁ ପ୍ରକାଶ ପାଇଛି ଯେ, ସଲମାନ ଖାନ ତାଙ୍କ ଭଉଣୀ ଅର୍ପିତାଙ୍କୁ ଏକ ୩ ବିଏଚ୍କେ ଆପାର୍ଟମେଣ୍ଟ ଉପହାର ଦେବାକୁ ଯାଉଛନ୍ତି । ଯାହା ଖୁବ୍ଶୀଘ୍ର ତାଙ୍କ ଭଉଣୀ ଦିଲ୍ଲୀର ଅପକମିଂ ଆକ୍ଟର ଆୟୁଷ ଶର୍ମାଙ୍କୁ ବିବାହ କରିବେ । ଆଜିକାଲି ସଲ୍ଲୁ ଭାଇ ସେହି ଫ୍ଲାଟର ଇଣ୍ଟିରିୟର ଡ଼ିଜାଇନିଂରେ ବ୍ୟସ୍ତ ଅଛନ୍ତି । ସୂତ୍ର ଅନୁସାରେ ସଲମାନ ଖାନଙ୍କ ଗଲେକ୍ସି ଆପାର୍ଟମେଣ୍ଟର ଇଣ୍ଟିରିୟରକୁ ଯେଉଁ ଟିମ୍ମାନେ ସମ୍ଭାଳୁଛନ୍ତି ସେହି ଟିମ୍ ବର୍ତ୍ତମାନ ଅର୍ପିତାଙ୍କ ଫ୍ଲାଟକୁ ଡ଼େକୋରେଟ କରିବା ପାଇଁ ଲାଗିଛନ୍ତି । ଅର୍ପିତା ବାହାଘର ପରେ ଦିଲ୍ଲୀ ଏବଂ ମୁମ୍ବାଇରେ ରହିବେ କିନ୍ତୁ କେଉଁ ଜାଗାରେ ସ୍ଥାୟୀ ଭାବେ ରହିବେ ତାହା ବର୍ତ୍ତମାନ ସୁଦ୍ଧା ସ୍ଥିର ହୋଇନାହିଁ । ଅର୍ପିତା ତାଙ୍କ ଭାଇଙ୍କ ସାମ୍ନାସାମ୍ନି ରହିବାକୁ ଚାହାନ୍ତି । ଅର୍ପିତା ତାଙ୍କ ଭାଇଙ୍କ ସମ୍ପର୍କକୁ ଖୁବ ଭଲ ଭାବେ ଜାଣନ୍ତି । ଅରବାଜ ଏବଂ ସୋହେଲ ଖାନ ମଧ୍ୟ ତାଙ୍କ ଭଉଣୀଙ୍କୁ ଏକ ଫ୍ଲାଟ ଗିଫ୍ଟ କରିଥିଲେ ।


