ଅସୁସ୍ଥ ଅସହାୟ, ନିରାଶ୍ରୟମାନଙ୍କୁ ଖାଦ୍ୟ ପ୍ରଦାନରେ ଅବହେଳା ଅଭିଯୋଗ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନଙ୍କ ପତ୍ର ସଂଖ୍ୟା – ୨୦୪୦ ତା ୨୮.୦୩.୨୦୨୦ରିଖ ଅନୁଯାଇ ଗ୍ରାମାଚଂଳରେ ଥିବା ଅସୁସ୍ଥ , ଅସହାୟ,ଦୁସ୍ଥ ଓ ନିରାଶ୍ରୟମାନଙ୍କୁ କୋଭିଡ ୧୯ ଲକଡାଉନ ଯୋଗୁଁ ମାର୍ଚ୍ଚମାସ ୨୯ତାରିଖରୁ ଅପ୍ରେଲମାସ ୧୪ତାରିଖ ପର୍ଯ୍ୟନ୍ତ (ଫ୍ରି କିଚେନ) ଗରମ ରନ୍ଧା ଖାଦ୍ୟ ପ୍ରଦାନ କରିବେ । ସଂପୃକ୍ତ ବ୍ଲକର ବିଡିଓମାନେ ପ୍ରତ୍ୟେକ ଗ୍ରାମପଂଚାୟତ ମାଧ୍ୟମରେ ଏକଶହ ବ୍ୟକ୍ତିଙ୍କ ପାଇଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଦ୍ୱାରା ଦୈନିକ ମଧ୍ୟାହ୍ନରେ ରନ୍ଧା ଖାଦ୍ୟ ଉପରୋକ୍ତ ବ୍ୟକ୍ତିବିଶେଷଙ୍କୁ ସେମାନେ ରହୁଥିବା ସ୍ଥାନରେ ପ୍ରଦାନ କରିବେ । ଏହି ମାଗଣା ରନ୍ଧା ଖାଦ୍ୟ ନିମନ୍ତେ ପ୍ରତ୍ୟେକ ମିଲପିଛା ୩୦ଟଙ୍କା କରି ବ୍ୟୟ କରାଯିବାକୁ ସ୍ୱତନ୍ତ୍ର ରିଲିଫ କମିଶନଙ୍କ ନିର୍ଦେଶ ରହିଛି । କିନ୍ତୁ ଏହି ରନ୍ଧାଖାଦ୍ୟ ପ୍ରଦାନରେ କେତେକ ପଂଚାୟତରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି । କେଉଁ ପଂଚାୟତ ଏକଶହରୁ ଉର୍ଦ୍ଧ୍ୱ ଲୋକଙ୍କୁ ଏଭଳି ଖାଦ୍ୟ ପ୍ରଦାନ କରୁଥିବା କାଗଜପତ୍ରରେ ଦର୍ଶାଉଥିବା ବେଳେ ଅନ୍ୟ କେଉଁ ପଂଚାୟତ ଏକଶହରୁ କମ ଲୋକଙ୍କ ପାଇଁ ଖାଦ୍ୟ ପ୍ରଦାନ କରୁଥିବା ଦର୍ଶାଉଛନ୍ତି । କିନ୍ତୁ ଅନେକ କ୍ଷେତ୍ରରେ ଉପଯୁକ୍ତ ଲୋକମାନଙ୍କୁ ଖାଦ୍ୟ ଦିଆଯାଉନଥିବା ଓ ଆବଶ୍ୟକତା ଠାରୁ କମ ପରିମାଣର ରନ୍ଧା ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି । ତେଣୁ ଏଭଳି ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ