ମେ ୮ ରୁ ଗୁଣୁପୁର ପ୍ରିମିୟର ଲିଗ୍ ସିଜନ-୪

ଗୁଣୁପୁର,(ୱାଇଏନଏସ): ଆସନ୍ତା ମେ ୮ ତାରିଖରୁ ଗୁଣୁପୁର ପ୍ରିମିୟର ଲିଗ୍ (ଜିପିଏଲ୍) ସିଜନ–୪ ଆରମ୍ଭ ହେବାକୁ ଯାଉଛି। ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିବେ ଏବଂ ମ୍ୟାଚ୍‌ ଗୁଡ଼ିକ ଦଶ ଦିନ ଧରି ଅନୁଷ୍ଠିତ ହେବ, ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା, ବୈଠକରେ ଟୁର୍ଣ୍ଣାମେଣ୍ଟର ସମସ୍ତ ପ୍ରସ୍ତୁତି, ପରିଚାଳନା ଓ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପ୍ରତିଯୋଗିତାରେ ରାଜ୍ୟ ଓ ରାଜ୍ୟ ବାହାରରୁ ନାମୀଦାମୀ କ୍ରିକେଟ୍ ଖେଳାଳିମାନେ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିତା ମାଧ୍ୟମରେ ଅଞ୍ଚଳର ଯୁବ କ୍ରିକେଟ୍ ଖେଳାଳିମାନେ ନିଜ ଦକ୍ଷତା ପ୍ରଦର୍ଶନ କରିବା ସହ ଅଭିଜ୍ଞ ଖେଳାଳିମାନଙ୍କ ସହ ଖେଳିବାର ସୁଯୋଗ ପାଇବେ। ଗୁଣୁପୁର ଅଞ୍ଚଳର କ୍ରିକେଟ୍ ପ୍ରେମୀମାନଙ୍କ ମଧ୍ୟରେ ଏହାକୁ ନେଇ ବହୁତ ଉତ୍ସାହ ଦେଖାଯାଉଛି। ଟୁର୍ଣ୍ଣାମେଣ୍ଟକୁ ଦେଖିବା ପାଇଁ ସମସ୍ତ କ୍ରିକେଟ୍ ପ୍ରେମୀଙ୍କୁ ଆସି ଉପଭୋଗ କରିବାକୁ ଆୟୋଜକମାନେ ଆହ୍ୱାନ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟକୁ ରାଇଜିଂ ଷ୍ଟାର୍ ସ୍ପୋର୍ଟସ୍ ଏଣ୍ଡ ସୋସିଆଲ୍ ସର୍ଭିସ୍ ଆସୋସିଏସନ୍ ପକ୍ଷରୁ ଆୟୋଜନ କରାଯାଉଛି। ସଂଘର ସଭାପତି ଡା. ଚନ୍ଦ୍ରଧ୍ୱଜ ପଣ୍ଡା, କାର୍ଯ୍ୟକାରୀ ସଭାପତି ୱାଇ. ଗଣପତି, ସମ୍ପାଦକ କିରଣ କୁମାର ପାଣିଗ୍ରାହୀ, ଯୁକ୍ତ ସମ୍ପାଦକ ଅନ୍ଶୁମାନ ପଟ୍ଟନାୟକ ଓ ହଡିଆ ସବର, ଉପାଧ୍ୟକ୍ଷ ଏସ୍. ବାବା ପ୍ରସାଦ ଓ ରାମ ପ୍ରସାଦ ପଣ୍ଡା, କୋଷାଧ୍ୟକ୍ଷ ଅମର କୁମାର ସାହୁ, ସହାୟକ କୋଷାଧ୍ୟକ୍ଷ ସନ୍ଦୀପ କୁମାର ପାଣିଗ୍ରାହୀ, ଏବଂ ପରାମର୍ଶଦାତା ଅକ୍ଷୟ ଶତପଥୀ, ସଂଘର ସାଧାରଣ ସଦସ୍ୟ ତ୍ରିନାଥ ଦାଶ, କୃଷ୍ଣ ମାଧବ ଦାଶ, ରାଜ କିଶୋର ଗୌଡ଼, ବାଙ୍ଗାରି କିଶନ ଓ ମୁଖି ଦିବାକର ଏବଂ ସହଯୋଗୀ ଭାବେ ଡ଼ମ୍ବୁରୁ ଗୌଡ଼ ଓ ରବି ଶଙ୍କର ଗମାଙ୍ଗ ପ୍ରମୁଖ ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ