ଆଇଆରଇଏଲ (ଇଣ୍ଡିଆ) ଲିମିଟେଡ କାରଖାନାରେ ସତର୍କତା ଜାଗୃତି ସପ୍ତାହ
ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ନିକଟସ୍ଥ ଆଇଆରଇଏଲ (ଇଣ୍ଡିଆ) ଲିମିଟେଡ କମ୍ପାନୀ ପରିସରରେ ଗତ ଅକ୍ଟୋବର ମାସ ୨୭ ରୁ ନଭେମ୍ବର ୦୨ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପି ସତର୍କତା ଜାଗୃତି ସପ୍ତାହ ପାଳନ କରଯାଇଥିଲା । ଦୁର୍ନୀତି ନିବାରଣ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ସକାଶେ କର୍ମଚାରୀ ଏବଂ ମହିଳାମାନଙ୍କ ମଧ୍ୟରେ ସ୍ଲୋଗାନ, ନିବନ୍ଧ ଏବଂ ପୋଷ୍ଟର ପ୍ରତିଯୋଗୀତା ଆୟୋଜିତ କରାଯାଇଥିଲା । ତା ୨୭.୧୦.୨୦୨୦ ରିଖରେ ମୁଖ୍ୟ ମହାପ୍ରବନ୍ଧକ ଏ.ଜେ.ଜନାର୍ଥନନ କମ୍ପାନୀ ପରିସର ମଧ୍ୟରେ କର୍ମଚାରୀ ମାନଙ୍କୁ ସତର୍କତା ଶପଥ ପାଠ କରାଇଥିଲେ । କୋଭିଡ଼ି-୧୯ ସକାଶେ ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ନିର୍ଦ୍ଦେଶ କୁ ନଜର ରେ ରଖି ସମସ୍ତ ପ୍ରତିଯୋଗିତା Virtual Platform ରେ ସୂଚାରୁ ରୂପେ ଆୟୋଜିତ କରାଯାଇଥିଲା । Virtual Platform ରେ ତା ୦୨.୧୧.୨୦୨୦ରିଖ (ସୋମବାର) ଦିନ ସମାବର୍ତ୍ତନ ଉତ୍ସବ କମ୍ପାନୀର ଉପ ମହାପ୍ରବନ୍ଧକ (ସମ୍ବଳ, ପି ଆର ଏବଂ ଆଇଆର ) ଏବଂ ସତର୍କତା ଅଧିକାରୀ ଗତି କୃଷ୍ଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଇ.ଆର.ଇ, ଓସକମର ମୁଖ୍ୟ ମହାପ୍ରବନ୍ଧକ ଏ.ଜେ.ଜନାର୍ଥନନ ମୁଖ୍ୟଅତିଥି ଭାବେ ଯୋଗଦେଇ “ସତର୍କ ଭାରତ, ସମୃଦ୍ଧ ଭାରତ” ଏବଂ ଦୁର୍ନୀତି ନିବାରଣ ସଚେତନତା ସମ୍ପର୍କରେ ଆଲୋକପାତ କରିଥିଲେ । ମହିଳା କଲ୍ୟାଣ କେନ୍ଦ୍ରର ପୃଷ୍ଟପୋଷକ ଜେ.ରାମଲକ୍ଷ୍ମୀଙ୍କ ତତ୍ଵାବଧାନରେ ସମସ୍ତ ମହିଳା ମାନଙ୍କ ମଧ୍ୟରେ ସତର୍କତା ଜାଗୃତ କରାଯାଇଥିଲା । ଉକ୍ତ ଉତ୍ସବରେ ବରିଷ୍ଠ ପ୍ରବନ୍ଧକ (ସତର୍କତା) ସୁରେଶ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ । କଂପାନୀ ତରଫରୁ ସପ୍ତାହ ପାଳନ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ କୃତିମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ମୁଖ୍ୟ ପ୍ରବନ୍ଧକ (ଏଲ ଏବଂ ଆଇଆର) କୃଷ୍ଣ ଚନ୍ଦ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।