ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଶିକର ପାଇ ଠାରେ ନବନିର୍ମିତ ଅଭୟ ହନୁମାନ ମନ୍ଦିର ସହ ବିରାଟ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ କଳସ ଯାତ୍ରା ଅନୁଷ୍ଠିତ ହୋଇଛି । ଉକ୍ତ ଉକ୍ତ କାର୍ଯ୍ୟକ୍ରମ ଯୋଗୀ ଶ୍ରୀ ଚୈତନ୍ୟରାମଜୀଙ୍କ ତତ୍ତ୍ୱାବଧାନରେ ରେ ତଥା ସାଧୁସନ୍ଥଙ୍କ ଦିବ୍ୟ ସାନ୍ନିଧ୍ଯରେ ଅତ୍ୟନ୍ତ ଭକ୍ତି ସହ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଗ୍ରାମର ମହିଳାମାନେ ନିକଟସ୍ଥ ନଦୀରୁ ଜଳ ଆହ୍ୱାନ କରି କଳସ ରେ ସୁବାସିତ ଜଳ ଆଣି ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରାଯାଇଛି। ସକାଳ ଦୀକ୍ଷା ଗ୍ରହଣ ଓ ବନଯାଗ, ଅପରାହ୍ନ ରେ କଳସ ଯାତ୍ରା ପରେ ରତ୍ନମୁଦ ଓ ଅଙ୍କୁରାରୋପଣ କରିବା ପରେ ଶୁକ୍ରବାର ଦିନ ବ୍ରାହ୍ମଣ ବରଣ, ସାଲ ସଂସ୍କାର, ଅଗ୍ନି ସ୍ଥାପନ ଓ ଦେବତା ଧାନ୍ୟାଦିବସ ୧୧ ତାରିଖ ଶନିବାର ଦିନ ସକାଳ  ସମୟେରେ ସାମୂହିକ ହନୁମାନ ଚାଳିଶା, ସୁନ୍ଦରାକାଣ୍ଡ ପାରାୟଣ, ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜନ, ସନ୍ଧ୍ୟାରେ ଦେବତାଙ୍କ ମହାସ୍ନାନ, ଶୟନ, ନାମଯଜ୍ଞ ଅଧି ବାସ ଓ ଜୀବ ନ୍ୟାସ ୧୨ତାରିଖ ରବିବାର ପ୍ରାତଃରେ ଅଖଣ୍ଡ ନାମଯଜ୍ଞ ଆରମ୍ଭ, ପାର୍ଶ୍ଵ ମୂର୍ତ୍ତି, ନାଗ ଦେବତା ପ୍ରତିଷ୍ଠା, ଦେବତାଙ୍କ ସିଂହାସନ ଆରୋହଣ, ପୂର୍ଣାହୂତି ସୋମବାର ୧୩ତାରିଖ ସକାଳ ୬ଟାରେ ନାମ ଯଜ୍ଞ ସମାପନ, ଦଧୂହାଣ୍ଡି ଭଞ୍ଜନ ଓ ନଗର ପରିକ୍ରମା ସନ୍ଧ୍ୟା ସୀତାରାମଙ୍କ କଲ୍ୟାଣ ମହୋତ୍ସବ ଓ ୧୪ରେ ସଂକ୍ରାନ୍ତି ଦିନ ହନୁମାନ ଜୟନ୍ତୀ ଓ ପଣାସଂକ୍ରାନ୍ତି କାର୍ଯ୍ୟକ୍ରମ କରାଯିବ ବୋଲି କମିଟି ଟି ପକ୍ଷରୁ ସୂଚନା ମିଳିଛି। ପ୍ରତ୍ୟେକ ଦିନ ମଧ୍ୟାହ୍ନରେ ପ୍ରସାଦ ସେବନ ବ୍ୟବସ୍ଥା ସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ଶିକରପାଇ ଗ୍ରାମବାସି ମିଳିତରେ ପରି ଚାଳନାରେ ସହଯୋଗ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ