ଆଇଜିକେ ପକ୍ଷରୁ କରାଟେ ଛାତ୍ରଛାତ୍ରୀମାନଙ୍କୁ ବେଲ୍ଟ ଓ ସାର୍ଟିଫିକେଟ୍ ପ୍ରଦାନ

ପାରାଦୀପ (ପୀତବାସ ପ୍ରଧାନ): ପାରାଦୀପ ର ଆମ୍ଭେଦକର ପାର୍କ ପରିସର ରେ ଶୁକ୍ରବାର ଦିନ ଅପରାହ୍ନ ରେ ପାରାଦୀପ ର ଇଣ୍ଟରନ୍ୟାସନାଲ ଗୋସୋ-କୋ-ରିଓ କରାଟେ ଡୁ ଆସୋସେସନ୍ ପକ୍ଷ ରୁ କରାଟେକା ମାନଙ୍କୁ ବେଲ୍ଟ ପ୍ରଦାନ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବ ରେ ବେଥାନୀ କନ୍‌ଭେଣ୍ଟ ସ୍କୁଲ ର ଉପାଧ୍ୟକ୍ଷା ସିଷ୍ଟର ଆଇରିନ୍‌, ସିଷ୍ଟର ମାକ୍‌ଡିଲ୍‌,ପାରାଦୀପ ଲେଡିଜ୍ କ୍ଲବ୍ ର ବରିଷ୍ଟ ସଦସ୍ୟା ପ୍ରିତୀ ଆରତୀ ପରିଜା, ସାମ୍ବାଦିକ ଶଶାଙ୍କ ଶେଖର ଆଚାର୍ଯ୍ୟ, କ୍ରିଡା ପ୍ରଶିକ୍ଷକ ନକୁଳ ବେହେରା ଅତିଥି ଯୋଗ ଦେଇଥିଲେ । ପାରାଦୀପ ର ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ବେଲ୍ଟ ଓ ସାର୍ଟିଫିକେଟ୍ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଇଣ୍ଟରନ୍ୟାସନାଲ ଗୋସୋ-କୋ-ରିଓ କରାଟେ ଡୁ ଆସୋସେସନ୍ ର ପରିଚାଳନା ସଂପାଦକ ଆଡ୍‌ଭୋକେଟ୍ ସଂଜୟ କୁମାର ମିଶ୍ର ପରିଚାଳନା କରିଥିଲେ । ଇଣ୍ଟରନ୍ୟାସନାଲ ଗୋସୋ-କୋ-ରିଓ କରାଟେ ଡୁ ଆସୋସେସନ୍ ରାଜ୍ୟ ସାଧାରଣ ସଂପାଦକ ତଥା ମୁଖ୍ୟ ପ୍ରଶିକ୍ଷକ ସଂଜୟ ଶାହା କରାଟେକା ମାନଙ୍କୁ ବେଲ୍ଟ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ